
ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଜଣେ ଟପ କମାଣ୍ଡର ନିହତ । ମାଲକାନଗିରି ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମରେ ଏହି ଗୁଳିକାଣ୍ଡ ଘଟିଛି ।
ସୂଚନା ଅନୁସାରେ, କୂରଣାପଲି ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପ କରିଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ଜଣେ ଟପ ମାଓବାଦୀ ନିହତ ହୋଇଛି । ଏବେବି ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି ।
ମୃତଦେହ ନିକଟରୁ ଏକ କିଟ ବ୍ୟାଗ୍ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ମୃତ ମାଓବାଦୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।