ଦୂତୀଙ୍କ ପରାଜୟକୁ ନେଇ ଭଉଣୀ ସରସ୍ୱତୀ ଆଣିଲେ ସଙ୍ଗୀନ ଅଭିଯୋଗ-

ଦୂତୀଙ୍କ ପରାଜୟକୁ ନେଇ ଭଉଣୀ ସରସ୍ୱତୀ ଆଣିଲେ ସଙ୍ଗୀନ ଅଭିଯୋଗ-

୧୦୦ ମିଟର ଦୌଡ ପରେ ଆଜି ୨୦୦ ମିଟର ଦୌଡରେ ବି ଓଡ଼ିଶାର ଦୌଡରାଣୀ ଦୂତୀଚାନ୍ଦ ପରାଜୟ କରିବା ପରେ ରାଜ୍ୟ ବାସୀଙ୍କ ସମେତ ଦେଶ ବାସୀଙ୍କୁ ବି ନିରାଶ କରିଛନ୍ତି ଦୂତୀ ।

ଆଜି ଦୂତୀଙ୍କ ଏଭଳି ପରାଜୟ ପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦୂତୀଙ୍କ ଭଉଣୀ ସରସ୍ୱତୀ ଚାନ୍ଦ। ସରସ୍ୱତୀଙ୍କ ଅଭିଯୋଗ ଅନୂଯାଇ ଦୂତୀ ଅଲମ୍ପିକ୍ ପାଇଁ ପ୍ରସ୍ତୁତି କରିବା ବଦଳରେ ପ୍ରେମରେ ମନ ଦେଇଥିଲେ ଯାହା ଫଳରେ ଆଜି ତାଙ୍କୁ ଏଭଳି ବିଫଳତା ମିଳିଛି ।

ସରକାର ଦୂତୀଙ୍କ ପିଛାରେ ପାଣି ଭଳି ପଇସା ଖର୍ଚ୍ଚ କରିବା ପରେ ଦୂତୀ ନିଜ ଦାୟିତ୍ୱ ଭୁଲି ଖାଲି ନିଜ ପ୍ରେମ କଥା ଚିନ୍ତା କରୁଥିଲେ । ଯାହା ପାଇଁ ଆଜି ସେ ଅଲମ୍ପିକ୍ସରେ ସମସ୍ତଙ୍କୁ ନିରାଶ କରିଛନ୍ତି ।

ଅଲମ୍ପିକ୍ ପୂର୍ବରୁ ଦୂତୀ ପ୍ରସ୍ତୁତି ନକରି କେବଳ ଭୋଜି ଭାତ ଓ ବୁଲାବୁଲି ରେ ମନ ଦେବାରୁ ଆଜି ଏ ଫଳ ମିଳିଛି ବୋଲି ଦୂତୀଙ୍କ ଭଉଣୀ ସରସ୍ୱତୀ ଚାନ୍ଦ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *