
ଧିରେ ଧିରେ କରୋନା କଟକଣା କୋହଳ ହେବାରେ ଲାଗିଛି । ଆଜି ଠାରୁ କଟକଣା ବହୁତ ମାତ୍ରାରେ କୋହଳ କରିଛନ୍ତି ସରକାର । ମାତ୍ର ସମସ୍ତ ଧାର୍ମିକ ସ୍ଥଳି ଖୋଲିବାର ନିଷ୍ପତି ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ କରିଛନ୍ତି । ତେଣୁ ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣୀଙ୍କ ମନ୍ଦିର ଖୋଲିବା ନିଷ୍ପତି ଏବେ ଜିଲ୍ଲାପାଳଙ୍କ ଉପରେ । ମନ୍ଦିର ଖୋଲା ହେବ କି ନାହିଁ ନିଷ୍ପତି ନେବେ ଜିଲ୍ଲାପାଳ । ଦୀର୍ଘ ମାସ ହେଲା ମନ୍ଦିର ବନ୍ଦ ଥିବାରୁ ସେବାୟତ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଭକ୍ତମାନେ ମଧ୍ୟ ବାବାଙ୍କ ଦର୍ଶନ କରିବାରୁ ବଂଚିତ ହେଉଛନ୍ତି । ତେଣୁ ଆରଡିର ବାବା ଆଖଣ୍ଡଳମଣୀ ମନ୍ଦିର ଖୋଲିବାକୁ ସେବାୟତ ଓ ଭକ୍ତମାନେ ଦାବି କରିଛନ୍ତି । ମନ୍ଦିର ବନ୍ଦ ଥିବାରୁ ଦୈନିକ ଦିନ ବହୁ ଭକ୍ତ ଆଖଣ୍ଡଳମଣୀଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି । ତେଣୁ କୋଭିଡ ଗାଇଡ ଲାଇନ ଅନୁସାରେ ମନ୍ଦିର ଖୋଲିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।