ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର (ନୂତନ ପେନସନ ) ଏକ ପ୍ରତିନିଧି ମଣ୍ଡଳ ଭଦ୍ରକ ବିଧାୟକ ସଂଜୀବ ମଲିକଙ୍କୁ ଭେଟିଲେ –

ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର (ନୂତନ ପେନସନ ) ଏକ ପ୍ରତିନିଧି ମଣ୍ଡଳ ଭଦ୍ରକ ବିଧାୟକ ସଂଜୀବ ମଲିକଙ୍କୁ ଭେଟିଲେ –

ଭଦ୍ରକ ବିଧାୟକଙ୍କ ବାସଭବନରେ ଆଜି ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘର ଏକ ପ୍ରତିନିଧି ଦଳ ମିଳିତ ହୋଇ ବିଧାୟକଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ କୃତାଞ୍ଜୟତା ଜ୍ଞାପନ କରିଛନ୍ତି l ଏଥିସହିତ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ଶିକ୍ଷକ ମାନଙ୍କର ପଦ୍ମନୀତ ନିମନ୍ତେ କ୍ୟାଡର ରୁଲ 2019 ର ସମୟ ସୀମା କୁ ସଂଶୋଧନ କରିବା ପାଇଁ ଦୀର୍ଘଦିନ ହେବ ସରକାରଙ୍କୁ ଦାବୀ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମୁତାବକ ରେସିଡେନ୍ସି ପିରିୟଡ଼କୁ 2 ବର୍ଷରୁ ଏକ ବର୍ଷ ଏବଂ ଏକ ବର୍ଷରୁ 6 ମାସ ଘୋଷଣା କରିଥିବାରୁ ପ୍ରାଥମିକ ଶିକ୍ଷକ ମାନଙ୍କର ଅନେକ ଦିନର ଦାବିକୁ ଗୁରୁତ୍ୱ ଦେଇ ନୂଆ ନିୟମ ଜାରି କରିଥିବାରୁ ଶିକ୍ଷକ /ଶିକ୍ଷୟତ୍ରୀ ମହଲରେ ଖୁସିର ଲହରୀ ଖେଳି ଯାଇଛି l ଏହାକୁ ନେଇ ଆଜି ଭଦ୍ରକ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଏକ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଓଡିଶା ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଅରବିନ୍ଦ ଦୀକ୍ଷିତ, ରାଜ୍ୟ କର୍ଯ୍ୟକାରୀ ସଭାପତି ତବରେଜ ଖାନ ,ସମ୍ପାଦକ ପ୍ରଣୟ ମହାପାତ୍ର ପ୍ରମୁଖ ବିଧାୟକଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *