ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନର ବନ୍ଧୁମିଳନ ଓ ଆଲୋଚନା ଚକ୍ର ଉତ୍ସବ ଅନୁଷ୍ଠିତ-

ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନର ବନ୍ଧୁମିଳନ ଓ ଆଲୋଚନା ଚକ୍ର ଉତ୍ସବ ଅନୁଷ୍ଠିତ-

ଆଜି ସାରା ରାଜ୍ୟ ପାଳୁଛି ବନ୍ଧୁତ୍ୱ ଦିବସ ଆଉ ଏହି ବନ୍ଧୁତ୍ୱ ଦିବସରେ ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନ ତରଫରୁ ଏକ ବନ୍ଧୁ ମିଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |ଏହି ବନ୍ଧୁ ମିଳନ ଉତ୍ସବରେ ପ୍ରମୁଖ ଆଲୋଚନା ବିଷୟ ଥିଲା ସାମ୍ବାଦିକ ସୁରକ୍ଷା ନେଇ ସରକାରଙ୍କ ଆନ୍ତରିକତା, ତେଣୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସରକାର କାହିଁକି ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଏକ କୋଠର ବିଲ ପାରିତ କରୁନାହାନ୍ତି? ଯଦି ଜନତାଙ୍କୁ ନ୍ୟାୟ ଦେବା ପାଇଁ ଲୋକଙ୍କ ସମସ୍ୟାକୁ ନେଇ ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଆଗେଇ ଆସେ ସାମ୍ବାଦିକଟିଏ,ସରକାରୀ ଘୋଷଣାକୁ ଲୋକଙ୍କ ପାଖରେ ପହଞ୍ଚାଇଥାଏ ସାମ୍ବାଦିକଟିଏ, କେଉଁଠି ଦୁର୍ଘଟଣା ଘଟିଲେ ଖରା ବର୍ଷା ଶୀତକୁ ଖାତିର ନକରି ସମ୍ବାଦ ସଂଗ୍ରହ ପାଇଁ ପହଞ୍ଚିଥାଏ ସାମ୍ବାଦିକଟିଏ, କୌଣସି ସମ୍ବେଦନଶୀଳ ଶିଳ ଘଟଣା ହେଉ ବା ବର୍ତ୍ତମାନ ମହାମାରୀ କରୋନା ସମୟରେ ସରକାରଙ୍କ ନିୟମାବଳୀ ହେଉ ଜନତାଙ୍କୁ ଖବର ପହଞ୍ଚାଇଥାଏ ସାମ୍ବାଦିକଟିଏ ତେଣୁ କାହିଁକି ସରକାରଙ୍କର ସାମ୍ବାଦିକଙ୍କ ପ୍ରତି ଆନ୍ତରିକତା ରହୁନାହିଁ, ଯାହା ପାଇଁ ସାମ୍ବାଦିକମାନେ ପ୍ରତିମୁହୂର୍ତରେ ସମ୍ବେଦନଶୀଳ ଖବର ପ୍ରସାରଣ କରିବା ବେଳେ ଆକ୍ରମଣର ଶିକାର ହେଉଛନ୍ତି |ଏହି ବିଷୟକୁ ନେଇ ଆଜି ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକ ଜିଲ୍ଲାସ୍ଥରୀୟ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଏହି ଉତ୍ସବରେ ଅନେକ ବରିଷ୍ଠ ସାମ୍ବାଦିକଙ୍କ ସହ ଯୁବ ସାମ୍ବାଦିକ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ ଯେମିତିକି ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବୀନାରାୟଣ ଖିଲାର, ନରେନ୍ଦ୍ର ସାମଲ, ଜ୍ଞାନ ପ୍ରକାଶ ପାଣି, ଚାରୁଦତ୍ତ ନାୟକ, ପ୍ରମୋଦ ରାୟ, ଅତୀଶ ବେହେରା, ପାର୍ଥସାରଥୀ ନାୟକ, ଜଗବନ୍ଧୁ ବେହେରା,ରାଜେଶ ଦାସ ଓ ମୋନରଞ୍ଜନ ବାରିକ ସମେତ ଅନେକ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ |ଭଦ୍ରକ ଜିଲ୍ଲା ମିଡ଼ିଆ ଆସୋସିଏସନ ତରଫରୁ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ ଶୁଭଦୀପ ମଲ୍ଲିକ, ସଭାପତି ମହେଶ କୁମାର ମିଶ୍ର ଙ୍କ ସମେତ ଅନେକ ଯୁବ ସାମ୍ବାଦିକ ମାନଙ୍କ ସହଯୋଗରେ ଆଜି ଏହି ବନ୍ଧୁମିଳନ ଉତ୍ସବ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା କିନ୍ତୁ ସବୁଠାରୁ ବଡ ଓ ମୁଖ୍ୟ ପ୍ରସଙ୍ଗ ଯାହା ଥିଲା ତାହା ହେଉଛି ସାମ୍ବାଦିକ ସୁରକ୍ଷା ବିଲ ତେଣୁ ବହୁ ବରିଷ୍ଠ ସାମ୍ବାଦିକ ମାନେ ସାମ୍ବାଦିକମାନଙ୍କ ସୁରକ୍ଷାକୁ ନେଇ ନିଜ ମତାମତ ଉପସ୍ଥାପନ କରିଥିଲେ ଏବଂ ସରକାରଙ୍କୁ ନିବେଦନ ମଧ୍ୟ କରିଥିଲେ କି ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ବିଲ ପାରୀତ କରାଯାଉ କାରଣ ବର୍ତ୍ତମାନ ନୀତିଦିନ ସାମ୍ବାଦିକ ମାନଙ୍କ ପ୍ରତି ଯାହା ଘଟୁଛି ତାହା ଅତ୍ୟନ୍ତ ନିନ୍ଦନୀୟ ତେଣୁ ସୁରକ୍ଷା ପାଇଁ ସରକାର ଚିନ୍ତା କରନ୍ତୁ ଏବଂ ସାମ୍ବାଦିକମାନଙ୍କୁ ମାସିକ ଭତ୍ତା ଆକାରରେ କିଛି ଅନୁଦାନ ଦିଆଯାଉ |ଆଜିର ଏହି ବନ୍ଧୁ ମିଳନ ଉତ୍ସବରେ ବହୁ ବରିଷ୍ଠ ସାମ୍ବାଦିକ ମାନଙ୍କର ଉପସ୍ଥିତି ଯୁବ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ଏକ ଶୃଙ୍ଖଳାଗତ ସାମ୍ବାଦିକ ହେବାର ଖୋରାକ ଯୋଗାଇବା ବୋଲି ଆସୋସିଏସନ ର ସଭାପତି ଓ ସମ୍ପାଦକ ନିଜ ବକ୍ତବ୍ୟରେ କହିଥିଲେ |ତେବେ ଦେଖିବାକୁ ବାକି ରହିଲା କେବେ ସାମ୍ବାଦିକମାନଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ବଢୁଛି ଓ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ବିଲ କୁ କେବେ ପାରିତ କରୁଛନ୍ତି

Leave a Reply

Your email address will not be published. Required fields are marked *