
ଗ୍ରାମାଞ୍ଚଳ ଥାନା ହରିପୁର ଛକ ରେ ଲୁଟେରା ଙ୍କ ଗୁଳିମାଡ଼. ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ. ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଲୁଟେରା ଙ୍କ ସହ ଧସ୍ତାଧସ୍ତି ସମୟରେ ଆଉ ଜଣେ ଆହତ ହୋଇ ଚିକିତ୍ସା ହେଉଛନ୍ତି. ସୂଚନା ଅନୁଯାୟୀ, ହରି ପୁର ଗ୍ରାମର ଦାଦା ସୁରେଶ ମହାରଣା ଓ ତାଙ୍କ ପୁତୁରା ମାନସ ମହାରଣା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ, ହଟାତ ତିନି ଲୁଟେରା ବାଇକ ରେ ଆସି ମଣ୍ଟୁ ମହାରଣା ଙ୍କ ବେକରେ ଥିବା ସୁନା ଚେନ ଓ ବ୍ରେସଲେଟ କୁ ଛଡାଇ ନେଇଥିଲେ. ଏହି ସମୟରେ ସୁରେଶ ତିନି ଜଣ ଲୁଟେରା ଙ୍କୁ କାବୁ କରିବାକୁ ଉଦ୍ୟମ କରିଥିବା ବେଳେ, ଲୁଟେରା ମାନେ ତିନି ରାଉଣ୍ଡ ଗୁଳି କରିଥିଲେ. ଏଥିରେ ସୁରେଶ ଙ୍କ ଜଙ୍ଘ ଓ ଗୋଡ଼ରେ ଦୁଇଟି ଗୁଳି ବାଜିଥିବା ବେଳେ ଅନ୍ୟ ଗୋଟିଏ ଗୁଳି ବାଜି ନଥିଲା ବୋଲି ସୂଚନା ମିଳିଛି. ଏହି ସମୟରେ ସୁରେଶ ଓ ତାଙ୍କ ପୁତୁରା ରକ୍ତ ଜୁଡୁବୁଡୁ ଅବସ୍ଥରେ ତିନି ଜଣଙ୍କ ଲୁଟେରା ଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ. ପରେ ଗ୍ରାମବାସୀ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଜଣେ ଲୁଟେରାକୁ ପୋଲିସ ର ଜିମା ଦେଇଥିଲେ. ଏହି ଘଟଣା ରେ ପୋଲିସ କାହାକୁ ଗିରଫ କରି ନଥିବା ବେଳେ, ଦୁଇ ଲୁଟେରା ଫେରାର ହୋଇଯାଇଥିବା କୁ ନେଇ ଛାନ ଭିନ୍ କରିଛି ପୋଲିସ.