ଭୂତମୁଣ୍ଡାଇ ଉପକଣ୍ଠ ନିଳାଞ୍ଚଳ ବଜାର ୫ନଂ ଜାତୀୟ ରାଜପଥ (କ) ନିକଟରେ ସଡକ ଦୁର୍ଘଟଣାରେ  ମୃତ ଶ୍ରମିକ ର ଶବ ରଖି ଧାରଣାରେ ଇଫକୋ ଶ୍ରମିକ-

ଭୂତମୁଣ୍ଡାଇ ଉପକଣ୍ଠ ନିଳାଞ୍ଚଳ ବଜାର ୫ନଂ ଜାତୀୟ ରାଜପଥ (କ) ନିକଟରେ ସଡକ ଦୁର୍ଘଟଣାରେ ମୃତ ଶ୍ରମିକ ର ଶବ ରଖି ଧାରଣାରେ ଇଫକୋ ଶ୍ରମିକ-

ଆଜି ସକାଳ ସମୟରେ ଭୂତମୁଣ୍ଡାଇ ଉପକଣ୍ଠ ନିଳାଞ୍ଚଳ ବଜାର ୫ନଂ ଜାତୀୟ ରାଜପଥ (କ) ନିକଟରେ ସଡକ ଦୁର୍ଘଟଣାରେ ମୃତ ଶ୍ରମିକର ଶବ ରଖି ଧାରଣାରେ ବସିଛନ୍ତି ଇଫକୋ ରେଲୱେ ଅନଲୋଡିଂ ବ୍ୟାଗିଙ୍ଗ ଶ୍ରମିକ I ସୂଚନାନୁଯାୟୀ ପାରାଦୀପ ଇଫକୋ ସାରଖାନା ବାଉରୀଆ ପାଳନ୍ଦା ନିକଟସ୍ଥ ଇଫକୋ ଅନଲୋଡିଂ ସାଇଡ୍ ରେ କାର୍ଯ୍ୟ କରିବାକୁ ଦୁଇ ଜଣ ଶ୍ରମିକ ନିଜ ମୋଟର ସାଇକେଲରେ ଯାଉଥିବା ବେଳେ ଏକ ଟ୍ରକ ଦ୍ରୁତଗତି ରେ ବାଇକ କୁ ସାଇଡ ମାରିବାରୁ ଅନ୍ୟ ଏକ ବାଇକ ସହିତ ପିଟିହୋଇଯାଇଥିଲା । ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ପାରାଦୀପ ଅଠରବାଙ୍କୀ ମେଡିକାଲକୁ ଅଣା ଯାଇଥିଲା। ହେଲେ ଡାକ୍ତର ସେଠାରେ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ତେବେ ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ମାର୍ସାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର ମନୋଜ ବେହେରା ବୟସ ୩୪, ଆହତ ବ୍ୟକ୍ତି ଜଣଙ୍କ ଶୈଳସ ବେହେରା,ଦୁହେଁ ଦାଦା ଓ ପୁତୁରା ବୋଲି ଜଣାପଡିଛି। ତେବେ ଇଫକୋ ସାର ଅନଲୋଡିଂ ସାଇଡ୍ ରେ ଦୁହେଁ ବ୍ୟାଗିଙ୍ଗ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ମନୋଜ ର ମୃତ୍ୟୁକୁ ନେଇ ଏଫସିଆଇ ୟୁନିୟନ ର ସଦସ୍ୟ ମାନଙ୍କ ସହିତ କାର୍ଯ୍ୟରତ ଶ୍ରମିକ ମାନେ ମୃତ ମନୋଜ ବେହେରା ଙ୍କ ପତ୍ନୀ ଙ୍କୁ କମ୍ପାନୀ ତରଫରୁ ଏକ ସ୍ଥାୟୀ ଚାକିରୀ ରେ ନିୟୋଜିତ କରିବା ସହିତ ମନୋଜ ବେହେରା ଙ୍କ ପିଲାମାନେ କଲେଜ ରେ ପଢିବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦାବିକରି ବାଉରିଆପାଳନ୍ଦା ଠାରେ ଥିବା ଅନଲୋଡ଼ିଂ ପଏଣ୍ଟ ରେ ଶବରଖି ଧାରଣା ରେ ବସିଛନ୍ତି l ଘଟଣାସ୍ଥଳରେ ପାରାଦ୍ୱୀପ ଆଦର୍ଶ ଥାନା ଓ ଅଭୟଚାନ୍ଦପୁର ଥାନା ର ପୋଲିସ ଷ୍ଟାଫ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିବା ସହିତ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିମାଇଁ ସେଠି ଘଟଣା ସ୍ଥଳରେ ପହଞ୍ଚିବା ସହିତ ଶ୍ରମିକ ନେତା ମାନଙ୍କ ସହିତ ଆଲୋଚନା ଜାରିରଖିଛନ୍ତି l ତେବେ ଖବର ସଂଗ୍ରହ ହେବାପର୍ଯ୍ୟନ୍ତ କମ୍ପାନୀ ଓ ଶ୍ରମିକ ନେତା ଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନଥିବାର ଜଣାପଡିଛି l

Leave a Reply

Your email address will not be published. Required fields are marked *