ଖଡ଼ିଆଳ ଡୁଆଝର ଅପନା ଢାବାରେ ଗୁଳିକାଣ୍ଡ, ଢାବା ମାଲିକାଣୀଙ୍କୁ ଦୃବୁତ୍ତ ଗୁଲିକରି ଘଟଣା ସ୍ଥଳରୁ ଫେରାର, ବାସନ୍ତୀ ମେହେର ଙ୍କ ମୃତ୍ୟୁ –

ଖଡ଼ିଆଳ ଡୁଆଝର ଅପନା ଢାବାରେ ଗୁଳିକାଣ୍ଡ, ଢାବା ମାଲିକାଣୀଙ୍କୁ ଦୃବୁତ୍ତ ଗୁଲିକରି ଘଟଣା ସ୍ଥଳରୁ ଫେରାର, ବାସନ୍ତୀ ମେହେର ଙ୍କ ମୃତ୍ୟୁ –

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ଆପନା ଢ଼ାବାରେ କାଲି ରାତି ୮.୪୫ରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି l ସୂଚନା ମତେ ଦୁଇଜଣ ଅଚିହ୍ନl ବ୍ୟକ୍ତି ବାଇକ ଯୋଗେ ଆସି ବ୍ୟକ୍ତି ଜଣକ ଏଭଲି କାଣ୍ଡ କରିଥିବା ବର୍ତମାନ ସୂଚନା ମିଳିଛି l ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ପଛପଟେ ଥିବା ବ୍ୟକ୍ତି ବିଅର ପିଇ ନିଶାସକ୍ତ ଅବସ୍ଥାରେ ବିଅର ବୋତଲ ଏବଂ ସିଗାରେଟ ପିଇ ହୋଟେଲକୁ ଚଢି ପ୍ରଥମେ ଖାଇବାକୁ ମାଗିଥିଲା l ହୋଟେଲ ମlଳିକ ଖାଇବାକୁ କିଛି ବର୍ତମାନ ନାହିଁ କହି ନିଜପାଇଁ ରୋଟି ତିଆରି କରୁଥିବା ସମୟରେ ହଟାତ ଗୁଲି କରିଥିବା ଜଣାପଡିଛି l ବନ୍ଧୁକ ଗୁଳି ରେ ଢ଼ାବା ର ମାଲିକାଣି ବାସନ୍ତି ମେହେର (୫୦) ,ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡ ହେବା ପରେ ବାସନ୍ତି ଙ୍କୁ ସାଙ୍ଗେ ସାଙ୍ଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ବାସନ୍ତି ଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖଡ଼ିଆଳ ପୋଲିସ ଏସଡିପିଓ ସନ୍ତକ ଜେନା ଓ ଖଡି଼ଆଳ ଆଇଆଇସି କୈଳାସ ଚନ୍ଦ୍ର ସେଠି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି । ବାସନ୍ତି ଙ୍କ ସ୍ୱାମୀ ଭିବିଷଣ ମେହେର , ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେମାନେ ଉପଯୁକ୍ତ ଦୋଷୀଙ୍କୁ ଦଣ୍ଡଦେବା ପାଇଁ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *