
ରାଜ୍ୟରେ ବିଶାକ୍ତ ବା ଅପମିଶ୍ରିତ ମଦ ପିଇ ଚାଲିଯାଉଛି ଲକ୍ଷାଧିକ ଲୋକଙ୍କ ଜୀବନ । ଯାହାଫଳରେ ଗୋଟିଏ ପରିବାରର ଭବିଷ୍ୟତ ବିନା ଦୋଷରେ ଅନ୍ଧକାର ହୋଇପଡ଼ୁଛି । ତେବେ ଏହି ବେଆଇନ୍ କାର୍ଯ୍ୟରେ ରୋକ୍ ଲଗାଇବା ବା ଅବୈଦ୍ଧ ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟପଦେଶ ସରକାର ନିଷ୍ପତି ନେଇଛନ୍ତି ।
ଅବୈଦ୍ଧ କିମ୍ବା ଅପମିଶ୍ରିତ ମଦ ପିଇ କୌଣସି ବ୍ୟକ୍ତିଙ୍କ ଯଦି ମୃତ୍ୟୁ ହୁଏ ତେବେ ଦୋଷୀକୁ ଆଜୀବନ କାରାଦଣ୍ଡ ନହେଲେ ମୃତ୍ୟୁଦଣ୍ଡ ଦିଆଯିବ । ଯାହା ଏପରି ନିଷ୍ପତି ନେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ।
ପୁର୍ବରୁ ଏହି ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ ଓ ଜୋରିମାନାରେ ୧୦ ଲକ୍ଷ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ବର୍ତ୍ତମାନ ଏହି ଜୋରିମାନାକୁ ବୃଦ୍ଧି କରାଯାଇ ୨୦ ଲକ୍ଷ କରାଯାଇଛି । ସୁଚନା ଅନୁସାରେ ଆଜି ମୂଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଅଧକ୍ଷତାରେ ବସିଥିବା କ୍ୟାବିନେଟ ବୌଠକରେ ଏହି ନିଷ୍ପତି ଉପରେ ମୋହର ମରାଯାଇଛି ।
ନିକଟରେ ମଂଦସୌର ର ଅଲଗା ଅଲଗା ସ୍ଥାନରେ ବିଶାକ୍ତ ମଦ ପିଇ ପାଖାପାଖି ୮ଜଣ ଲୋକଙ୍କ ମୃତ୍ୟୁ ହେବା ପରେ ମଧ୍ୟପ୍ରଦେଶ ସରକାରଙ୍କର ଚିନ୍ତା ଅଧିକ ବଢିଯାଇଛି ଯାହାକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଚାରିଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ସିଂଙ୍କ ଶାସନକାଳ ମଧ୍ୟରେ ପାଖାପାଖି ୪୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଲେଣି ।