ରାଜ୍ୟରେ ଅଗଷ୍ଟ ୯ରୁ  ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ରାଜ୍ୟରେ ଅଗଷ୍ଟ ୯ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ରାଜ୍ୟରେ ଅଗଷ୍ଟ ମାସରୁ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲିବା ଆରମ୍ଭ ହୋଇଛି ।

ବର୍ତ୍ତମାନ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି ରାଜୃ ସରକାର । ଆସନ୍ତା ଅଗଷ୍ଟ ୯ ରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଆଜି ରାଜ୍ୟ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

ସମସ୍ତ କୋଭିଡ୍ କଟକଣା ମଧ୍ୟରେ ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ସହିତ ହଷ୍ଟେଲ ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିଛି ।

ତେବେ କେବଳ ଶେଷ ବର୍ଷର ଛାତ୍ରଛାତୀ ମାନଙ୍କ ପାଇଁ କ୍ଲାସରୁମ୍ ପାଠପଢା ଆରମ୍ଭ ହେବ । ତୃତୀୟ ଓ ଚତୁର୍ଥ ସେମିଷ୍ଟାର ପିଲାମାନଙ୍କ ପାଇଁ କେବଳ କଲେଜ ଖୋଲିବ ବୋଲି ଆଜି ରାଜ୍ୟ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *