ଓଡ଼ିଶା ଆସିବା ପାଇଁ ଆଉ ଆବଶ୍ୟକ ହେବ ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ-

ଓଡ଼ିଶା ଆସିବା ପାଇଁ ଆଉ ଆବଶ୍ୟକ ହେବ ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ-

ରାଜ୍ୟରେ ତିନି ମାସର କରୋନା କଟକଣା ବା ଲକଡାଉନ୍ ପର୍ଯ୍ୟାୟ ପରେ ଏବେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ପୂର୍ବ ଅପେକ୍ଷା କରୋନା କଟକଣାକୁ କୋହଳ କରାଯାଇଛି ।

ପୂର୍ବରୁ ବାହାର ରାଜ୍ୟରୁ ଓଡିଶା ଆସିବା ସମୟରେ ଆରଟିପିସିଆର କିମ୍ବା ୪୮ ଘଣ୍ଟା ମଧ୍ୟର ଆଣିଜେନ୍ ଟେଷ୍ଟ ରିପୋର୍ଟ ଆବଶ୍ୟକ ହେଉଥିଲା । ମାତ୍ର ଏବେ ଓଡ଼ିଶା ଆସିବା ପାଇଁ ଆଉ ଆବଶ୍ୟକ ହେବନି କୋଭିଡ୍ ଟେଷ୍ଟ ରିପୋର୍ଟ ।

ଏହାସହିତ ଦ୍ୱିତୀୟ ଡୋଜ୍ ନେଇଥିବା ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ହେବ ନାହିଁ ବୋଲି ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ପୂର୍ବରୁ ଏପ୍ରିଲ ମାସରୁ କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶା ଆସିବା ଉପର ଲାଗିଥିଲା କଟକଣା । ଏବେ ସେହି କଟକଣାକୁ ହଟାଇଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *