
ଆସନ୍ତା ୧୬ରୁ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତି ନେଇଛି ପୁରୀ ମନ୍ଦିର ପ୍ରଶାସନ । ତେବେ ପ୍ରଥମେ ଅଗଷ୍ଟ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ବାସିଙ୍କୁ ଦର୍ଶନ ସୁଯୋଗ ମିଳିବ । ଏହା ପରେ ୨୧ ଓ ୨୨ ସପ୍ତାହନ୍ତ ସଟଡାଉନ୍ ଥିବାରୁ ଦର୍ଶନ ବନ୍ଦ ରହିବ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲାଯିବ । ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କୁ ସାଙ୍ଗରେ ୯୭ ଘଣ୍ଟା ପୁର୍ବରୁ ଆରଟିପିସିଆର ରିପୋର୍ଟ କିମ୍ବା ଡବଲ ଡୋଜ ଟିକା ସାର୍ଟିଫିକେଟ ଜରୁରୀ ।
ଦିର୍ଘ ତିନିମାସ ବନ୍ଦ ରହିବା ପରେ ଆଜି ଏ ନେଇ ଶ୍ରିମନ୍ଦିର ପ୍ରଶାସନ ଦ୍ୱରା ହୋଇଥିବା ବେଠକରେ ଏ ନେଇ ନିଷ୍ପତି ନିଆଯାଇଛି । ସକାଳ ୭ ଟାରୁ ରାତି ୮ ପର୍ଯ୍ୟନ୍ତ ମନ୍ଦିରକୁ ପ୍ରବେଶ ଅନୁମତି ରହିଛି । ଜମ୍ନାଷ୍ଟମି ଏବଂ ସପ୍ତାହନ୍ତ ସଟଡାଉନ ସମୟରେ ପୁର୍ବ ପରି ଦର୍ଶନ ବନ୍ଦ ରହିବ ।
ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଷନ କୁମାରଙ୍କ ଅଧକ୍ଷତାରେ ବସିଥିବା ଏହି ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନର ନୀତି ଓ ଉନ୍ନୟନ ପ୍ରଶାସକ ଓ କୋଭିଡ୍ ସମନ୍ୱୟ କମିଟିରେ ଥିବା ସେବାୟତ ମାନେ ଭର୍ଚୁଆଲ ଭର୍ଚ୍ଚୁଆଲ ମାଧ୍ୟମରେ ସାମିଲ ହୋଇଥିଲେ