ଇଂଲଣ୍ଡର ନଟିଂହାମ୍‌ସ୍ଥିତ ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମରେ: ପ୍ରଥମ ପାଳିରେ ଭାରତ ୨୭୮ରେ ଅଲ୍‌ଆଉଟ, ୨ୟ ଇନିଂସରେ ଇଂଲଣ୍ଡର ସ୍କୋର ୨୫-୦

ଇଂଲଣ୍ଡର ନଟିଂହାମ୍‌ସ୍ଥିତ ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମରେ: ପ୍ରଥମ ପାଳିରେ ଭାରତ ୨୭୮ରେ ଅଲ୍‌ଆଉଟ, ୨ୟ ଇନିଂସରେ ଇଂଲଣ୍ଡର ସ୍କୋର ୨୫-୦

ଇଂଲଣ୍ଡର ନଟିଂହାମ୍‌ସ୍ଥିତ ଟ୍ରେଣ୍ଟ ବ୍ରିଜ୍ ଷ୍ଟାଡିୟମରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ୩ୟ ଦିନ ଭାରତ ୨୭୮ ରନ୍‌ରେ ଅଲଆଉଟ ହେବା ପରେ ଇଂଲଣ୍ଡ ୨ୟ ଇନିଂସ ଆରମ୍ଭ କରିଛି । ଇଂରାଜୀ ଦଳ ଶୁକ୍ରବାର ପଡ଼ିଆରୁ ବିଦାୟ ନେବା ପୂର୍ବରୁ କୌଣସି ୱିକେଟ ନ ହରାଇ ଓପନର ରୋରୀ ବୁରନଓ ଏବଂ ଡୋମିନିକ ସିବଲେଙ୍କ ଦ୍ୱାରା ୨୫ ରନ୍ ସଂଗ୍ରହ କରିଛି ।

ତେବେ ଭାରତ ଠାରୁ ଇଂଲଣ୍ଡ ୭୦ ରନ୍ ପଛରେ ରହିଛି । ଇଂଲଣ୍ଡ ପ୍ରଥମ ପାଳିରେ ୧୮୩ ରନ୍ କରିଥିଲା । ଭାରତ ପ୍ରଥମ ପାଳିରେ ୨୭୮ ରନ କରିପାରିଛି । ଆଜି ୪ର୍ଥ ଦିନରେ ମ୍ୟାଚ ଅପରାହ୍ନ ସାଢ଼େ ୩ଟାରେ ଆରମ୍ଭ ହେବ ।

ଭାରତର ପ୍ରଥମ ପାଳିରେ ଓପନର ରୋହିତ ଶର୍ମା ୩୬ ରନ୍ କରିଥିଲେ । ସେ ୧୦୭ଟି ବଲ ଖେଳି ୬ଟି ଚୌକା ମାରିଥିଲେ । କେଏଲ ରାହୁଲ ୮୪ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାର ୪ ରନ୍‌, ଅଧିନାୟକ ବିରାଟ କୋହଲି କୌଣସି ରନ୍ ନକରି ଆଉଟ ହୋଇଥିଲେ । ଜନି ବେୟାରଷ୍ଟୋଙ୍କ ଦ୍ୱାରା ଆଜିଙ୍କ୍ୟ ରାହାଣେ (୫ ରନ୍‌) ରନ୍ ଆଉଟ ହୋଇଥିଲେ । ଯୁବ ବ୍ୟାଟ୍ସମ୍ୟାନ୍ ୠଷଭ ପନ୍ତ୨୫ ରନ୍ କରିଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ୫୬ ରନ୍‌, ମହମ୍ମଦ ସାମୀ ୧୩ ରନ୍‌, ଯଶପ୍ରୀତ ବୁମରା ୨୮ ରନ୍ ଓ ମହମ୍ମଦ ସିରାଜ ୭ ରନ୍ ଦଳ ପାଇଁ ଯୋଡ଼ିଥିଲେ । 

ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଛି । ଟିମ୍ ଇଣ୍ଡିଆରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଦୀର୍ଘ ଦିନର ବ୍ୟବଧାନ ପରେ ଦଳକୁ ଫେରିଥିବାରୁ ପ୍ରଶଂସନୀୟ ବୋଲିଂ କରି ଇଂଲଣ୍ଡର ବ୍ୟାଟିଂ ଦୁର୍ଗକୁ ଭୁଶୁଡ଼ାଇ ଦେଇଛନ୍ତି ।  ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନେ ବୁମରାଙ୍କୁ ସମ୍ମୁଖୀନ ହୋଇପାରି ନାହାନ୍ତି । ବୁମରା ୨୦.୪ ଓଭର ବୋଲିଂ କରି ୪ଟି ମେଡେନ ନେଇଥିଲେ । ସେ ୪୬ ରନ୍ ଦେବା ସହିତ ୪ଟି ୱିକେଟ ମଧ୍ୟ ନେଇଥିଲେ । 

ବୁମରାଙ୍କ ଭଳି ଭାରତର ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ । ସାମି ୧୭ ଓଭର ବୋଲିଂ କରି ୩ଟି ୱିକେଟ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ୨ଟି ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ । ଇଂଲଣ୍ଡ ୧୮୩ ରନ୍‌ରେ ଆଉଟ ହୋଇଯାଇଥିଲା । ଅଧିନାୟକ ଜୋଏ ରୁଟ (୬୪)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଭଲ ସ୍କୋର କରିବାରେ ସଫଳ ହୋଇପାରି ନଥିଲେ । ଚାରି ଜଣ ଖେଳାଳି (ରୋରି ବୁରନ୍‌ସ, ଲରେନ୍ସ, ଜୋସ ବଟଲର ଓ ରବିନସନ) ଖାତା ଖୋଲି ନଥିଲେ । ଷ୍ଟୁଆର୍ଟ ବ୍ରଡ ୪ ରନ୍ ଓ ଜେମ୍ସ ଆଣ୍ଡରସନ ୧ ରନ୍ କରିଥିଲେ ।

Leave a Reply

Your email address will not be published. Required fields are marked *