
ଗତକାଲି ପୁରୁଣା ବଜାର ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଚଢଉ ଦ୍ୱାରା ନଙ୍ଗାମହଲା ଠାରେ ସନ୍ଥିଆ ବ୍ରିଜ ପାଖରେ ଚେକିଂ ସମୟରେ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଏଥି ସହିତ ଗୋଟିଏ ନମ୍ବର ନ ଥିବା ମୋଟର ସାଇକେଲ ସହ ନଗଦ ୧୭ ହଜାର ଟଙ୍କା ଏବଂ ଆଧାର କାର୍ଡ ପୁଲିସ ଜବତ କରିଛି । ଏହି ଘଟଣାରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଧନାଟୋଲା ଅଞ୍ଚଳର ସଦାଭ କ୍ୱାଦ୍ରୀ ଓ ନଙ୍ଗାମହଲା ଅଞ୍ଚଳର ଅଜାହାର ଖାଁ ବୋଲି ପୁଲିସ ସୂଚନା ଦେଇଛି । ଏହି ନିଶା କାରବାର ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏବେ ଗଳି କନ୍ଦିରେ ମଧ୍ୟ ଵ୍ୟପକ ଭାବେ ଚାଲିଛି। ଏହାକୁ ରୋକିବା ପାଇଁ ପୁଲିସ କିଛି ମାତ୍ରାରେ କାର୍ଯ୍ୟ କରୁଥିବା ବେଳେ ଏବେ ନିଶା ବେପାରୀ ଓ ନିଶା ସେବନକାରୀଙ୍କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଅଣ୍ଟା ଭିଡ଼ିଲେଣି। ପୁଲିସ ଏହି ନିଶା ବେପାରୀଙ୍କ ସୂଚନା ପାଇବା ପରେ ଗତକାଲି ଚଡଉ କରି ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆଗକୁ ଏହି ଚଡଉ ଆହୁରି ବ୍ୟାପକ କରାଯିବ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ କହିଛନ୍ତି।