
ରାଗ ଅଭିମାନକୁ ଭୁଲି ସ୍ତ୍ରୀ ବର୍ଷା ପ୍ରିୟଦର୍ଶୀନଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସ୍ୱାମୀ ଅନୁଭବ ମହାନ୍ତି । ସଂସଦ ଅନୁଭବ ଟ୍ୱିଟ କରି ବର୍ଷାଙ୍କୁ ଶୁଭେଛା ଜଣାଇଛନ୍ତି ।
ନିଜର ବୈବାହିକ ସମ୍ପର୍କକୁ ନେଇ ବେଶ୍ କିଛି ମାସ ହେବ ଚର୍ଚ୍ଚାରେ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶୀନି । ହେଲେ ସବୁ ପରେ ବି ରାଗ ରୁଷ,ମାନ ଅଭିମାନକୁ ଭୁଲି ସ୍ତ୍ରୀ ବର୍ଷାଙ୍କ ଜନ୍ମଦିନରେ ଶୂଭେଚ୍ଛା ଜଣାଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି ।ସେ ଟ୍ୱିଟ୍ କରି ପୋଷ୍ଟ କରିଛନ୍ତି “ଆମେ ଦୁଇ ଜଣ ଭଲ ସ୍ୱାମୀ ସ୍ତ୍ରୀ ହୋଇପାରିଲେ ନାହିଁ ସତ ହେଲେ ଆମେ ସବୁ ଦିନ ପାଇଁ ଗୋଟିଏ ଭଲ ବନ୍ଧୁ ହୋଇ ରହିବା । ମୋ ପରିବାର, ପ୍ରଶଂସକ, ସମର୍ଥକଙ୍କ ତରଫରୁ, ଆପଣଙ୍କୁ ଜନ୍ମଦିନ ଜନ୍ମଦିନ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା” ।