ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ: ୨୧ ଜଣ ଗିରଫ

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ: ୨୧ ଜଣ ଗିରଫ

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ମୁଣ୍ଡାସାହି ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ୨ ଜଣ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ୧୭ ଜଣ ଗିରଫ ହୋଇଛନ୍ତି । ଏହାସହିତ ୪ ଜଣ ନାବାଳକଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ଠାରୁ ବେସବଲ ବ୍ୟାଟ, ଖଣ୍ଡା ଓ ଭୂଜାଲି ଜବତ କରାଯାଇଛି । 

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମଞ୍ଚେଶ୍ୱର ମୁଣ୍ଡା ସାହିରେ ୨୦ରୁ ୩୦ ମିନିଟ୍ ଧରି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୪୦ ରୁ ୫୦ ଯୁବକ ମିଶି ସାହି ଉପରେ ଆକ୍ରମଣ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ଘର ସହ ଗାଡି ମଧ୍ୟ ଭାଙ୍ଗିଥିଲେ । 

ତେବେ ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଘଟଣାରେ ୨୦ରୁ ଅଧିକ ଲୋକ ଆହତର ହୋଇଥିବାବେଳେ ୫ରୁ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ବାସିନ୍ଦା ପଳାଶୁଣୀ ଛକରେ ରାସ୍ତାକୁ ଅବରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ଘଟିଥିଲେ । 

Leave a Reply

Your email address will not be published. Required fields are marked *