
ମୁମ୍ବାଇର ୩ଟି ରେଳ ରେଳ ଷ୍ଟେସନ ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଛି । ଏହି ଖବର ମିଳିବା ପରେ ଏବେ ଭୟଭୀତ ହୋଇପଡିଛି ମୁମ୍ବାଇ ପୋଲିସ । କେହି ଜଣେ ବ୍ୟକ୍ତି ଏନେଇ ମୁମ୍ବାି ପୋଲିସକୁ ଫୋନ ଯୋଗେ ସୂଚନା ଦେବା ପରେ ସେଠାରେ ସୃଷ୍ଟି ହୋଇଛି ହଇଚଇ ।
ବର୍ତ୍ତମାନ ମୁମ୍ବାଇର ତିନୋଟି ପ୍ରମୁଖ ରେଳ ଷ୍ଟେସନ ଏବଂ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ଲଗାଯିବା ଖବର ମିଳିବା ପରେ ସୁରକ୍ଷାକୁ ଅଧିକ ଜୋରଦାର କରାଯାଇଛି । ମାତ୍ର ଏଯାଏ କୌଣସି ସନ୍ଧାନ ମିଳିନଥିବା ମୁମ୍ବାଇ ପୋଲିସ ଅଧିକାରୀ କହିଛନ୍ତି ।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ମୁମ୍ବାଇ ପୋଲିସର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ଏକ କଲ ଆସିଥିଲା । ଯେଉଁ ବ୍ୟକ୍ତି ଜଣକ କଲ କରି କହିଥିଲା ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ବାଇକିଲ୍ଲା, ଦାଦର ରେଳ ଷ୍ଟେସନ ଏବଂ ଜୁହୁରେ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ଖଞ୍ଜାଯାଇଛି।
ଏହି ଖବର ପାଇବା ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ମାତ୍ର କୌଣସି ତଥ୍ୟ ଏଯାଏଁ ମିଳିନାହିଁ । ସେଠାରେ ପୋଲିସ କର୍ମଚାରୀ ନିୟୋଜିତ ରହିଛନ୍ତି ।

