ବିଏମସି କମିଶନରଙ୍କ ସୂଚନା ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ-

ବିଏମସି କମିଶନରଙ୍କ ସୂଚନା ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ-

ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତା ୨୩ ତାରିଖରୁ ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସୂଚନା ମିଳିଛି । ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ବିଏମସି ପକ୍ଷରୁ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରାଯାଇଛି । 

ଆଲୋଚନା ପରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୩ ମାସ ହେଲା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । 

ମାତ୍ର ଅଗଷ୍ଟ ଗାଇଡ୍ ଲାଇନ୍‌ରେ ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁମତି ଦେଇଥିଲେ । ଏହି କ୍ରମରେ ଏବେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଧିରେ ଧିରେ ଖୋଲିବାରେ ଲାଗିଛି ।  

Leave a Reply

Your email address will not be published. Required fields are marked *