ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଦିଲ୍ଲୀ ବିମାନବନ୍ଦରରେ ବିସ୍ପୋରଣ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଗକୁ ସ୍ୱାଧୀନତା ଦିବସ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱର ବିମାନବନ୍ଦରକୁ ରେଡ୍ ଆକର୍ଟ ଜାରି କରାଯାଇଛି । ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି । 

ତେବେ ବିମାନବନ୍ଦରରେ ଚେକିଂକୁ ଅଧିକ କଡାକଡି କରାଯାଇଛି । ଟର୍ମିନାଲକୁ ଏଣ୍ଟ୍ରି ପାଇଁ ଭିଜିଟର ପାସ୍ ଦିଆଯାଉନାହିଁ । ଯାତ୍ରୀଙ୍କ ବ୍ୟତୀତ ଅନ୍ୟ କାହାକୁ ବି କିଛି ଦିନ ପାଇଁ ଚର୍ମିନାଲ ଭିତରେ ପ୍ରବେଶ ଅନୁମତି ଦିଆଯାଇନାହିଁ । 

ସେପଟେ ବିମାନବନ୍ଦର ପରିସରରେ ଗାଡି ଚଳାଚଳ ଉପରେ କଡା ନଜର ରଖାଯାଇଛି । ସନ୍ଦିଗ୍ଧଙ୍କ ଉପରେ ପୋଲିସ ଓ ସିଆରପିଏଫଙ୍କ ନଜର ରଖାଯାଇଛି । ତେବେ ଦିଲ୍ଲା ବିମାନବନ୍ଦରରେ ବିସ୍ଫୋରଣ କରିବା ନେଇ ଆତହ୍‌କବାଦୀ ସଂଗଠନ ଅଲ୍‌-କାଏଦା ନାଁରେ ଦିଲ୍ଲୀ ପୋଲିସକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ଯାହାକୁ ନେଇ ଦେଶର ବିଭିନ୍ନ ବିମାନବନ୍ଦରରେ ସୁରକ୍ଷାକୁ ବଢାଇ ଦିଆଯାଇଛି ।  

Leave a Reply

Your email address will not be published. Required fields are marked *