
ବରିଷ୍ଠ ବିଜେଡି ସୋମ୍ୟ ରଞ୍ଜନ ପଟ୍ଟନାୟକ ପୁଣିଥରେ ରାଜ୍ୟ ପାୱାର କରିଡରରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଆଖି ହେଉଛନ୍ତି ବବି ଏବଂ ପାଣ୍ଡିଆନ୍ । ପ୍ରଣବ ପ୍ରକାଶ ଦାସ(ବବି) ବିଜେଡି ପାର୍ଟି ବ୍ୟାପାରର ବୁଝୁଛନ୍ତି ଏବଂ ଭି କେ ପାଣ୍ଡିଆନ୍ ପ୍ରଶାସନ ଦାୟିତ୍ୱରେ ବୁଝୂଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଦୁଇ ଆଖିରେ ଯାହା ଦେଖନ୍ତି ସେଥିରେ ତାଙ୍କର ଜଗତ ସୀମିତ । ଜଣେ ସ୍ମାର୍ଟ ନେତା ତୃତୀୟ ଆଖି ଆବଶ୍ୟକ କରନ୍ତି ବୋଲି ସେ ପରୋକ୍ଷରେ ପରାମର୍ଶ ଦେଇଛନ୍ତି । ଗତକାଲି କଟକର ଏକ ଖବର କାଗଜ ଦ୍ୱାରା ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶାସକ-ବିଜେଡି ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
ସେ ଏହି ଅବସରରେ କହିଥିଲେ ଯେ ଗୋଟିଏ ଆଖି ହେଲେ ବବି ବାବୁ ତାଙ୍କର ଦଳର ଲୋକ ମାନେ କଣ କରୁଛନ୍ତି ଏ ବିଷୟରେ ଧ୍ୟାନ ରଖୁଛନ୍ତି । ସେହିପରି ଦ୍ୱୀତିୟ ଆଖି ହେଉଛନ୍ତି ପ୍ରଶାସକ ମାନେ ନବୀନ ବାବୁଙ୍କର ଦ୍ୱୀତିୟ ଆଖି ହେଲେ ମିଷ୍ଟର ପାଣ୍ଡିଆନ୍ । ଏଥିରେ କିଛି ଅସୁବିଧା ନାହିଁ । ଏ ଦୁଇଟି ଆଖିରେ ମୁଖ୍ୟମନ୍ତ୍ରୀ ଯାହା ଦେଖିବେ ତାହା ହେବ ଦୁନିଆ । ଯଦି କୌଣସି କାରଣରୁ,ନିଜ ନିଜ ସ୍ୱର୍ଥରୁ ଏ ଆଖି ଗୁଡିକ ଅଲଗା କଥା ଦେଖିବାକୁ ଚେଷ୍ଟା କଲା କାଉଟିକୁ ଧଳା ପକ୍ଷୀ କହିବାକୁ ଚେଷ୍ଟା କଲେ ଏବଂ ମଣିମା ଯଦି କହିଲେ ହଁ ଏବେ କାଉଟି ଧଳା ହେବାକୁ ଆରମ୍ଭ କଲାଣି ,କାଉଟି ପାଉଂଶିଆ ଦେଖିବାକୁ ଚେଷ୍ଟା କଲାଣି, ତାହେଲେ ଶାସନ ନିଶ୍ଚିତ ଭIବରେ ବିଭ୍ରାଟରେ ପହଁଞ୍ଚିବ । ଏ ଦୁଇଟି ଆଖି ସବୁବେଳେ ସତ କହିବେ ଏହାର କୌଣସି ଗ୍ୟାରେଣ୍ଟି ନାହିଁ । ସେଥିପାଇଁ ଚାଲାକ ଚତୁର ଶାସକ ମାନଙ୍କୁ ଗୋଟିଏ ତୃତୀୟ ନୟନର ଆବଶ୍ୟକତା ପଡିଥାଏ । ସେଥିପାଇଁ ରାଜା ମାନେ ମହାରାଜା ମାନେ ଅନ୍ଧାରି ବିଜେ କରୁଥିଲେ ଛଦ୍ମବେଶରେ ନିଜ ନିଜ ଅଞ୍ଚଳକୁ ଯାଇ କିପରି ଶାସନ ଚାଲିଛି ତାହା ଦେଖିବା ପାଇଁ ଚେଷ୍ଟା କରନ୍ତି ।