ହକୀ ତାରକାଙ୍କୁ ସମ୍ବର୍ଦ୍ଧନା କଲେ ମଖ୍ୟମନ୍ତ୍ରୀ,ପୁରୁଷଙ୍କୁ ୨.୫ କୋଟି ସହିତ ଚାକିରି ଏବଂ ମହିଳାଙ୍କୁ ୫୦ ଲକ୍ଷ ପୁରସ୍କାର ପ୍ରଦାନ

ହକୀ ତାରକାଙ୍କୁ ସମ୍ବର୍ଦ୍ଧନା କଲେ ମଖ୍ୟମନ୍ତ୍ରୀ,ପୁରୁଷଙ୍କୁ ୨.୫ କୋଟି ସହିତ ଚାକିରି ଏବଂ ମହିଳାଙ୍କୁ ୫୦ ଲକ୍ଷ ପୁରସ୍କାର ପ୍ରଦାନ

ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଇତିହାସ ରଚିଥିବା ଭାରତୀୟ ପୁରୁଷ ହକୀ ଦଳରେ ସାମିଲଥିବା ଦୁଇ ତାରକା ବିରେନ୍ଦ୍ର ଲାକ୍ରା ଓ ଅମିତ ରିହିତ ଦାସ ଏବଂ ଚମତ୍କାର ପ୍ରଦର୍ଶନ କରି ସମସ୍ତ ଭାରତୀୟଙ୍କ ହୃଦୟ ଜିତିଥିବା ମହିଳା ହକି ଦଃଳରେ ସାମିଲ ଥିବା ନମିତା ତପ୍ପୋ ଏବଂ ଦୀପ୍‌ଗ୍ରେସ୍‌ ଏକ୍କାଙ୍କୁ ଆଜି କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଛି । 

ଏହି କାର୍ଯ୍ୟକ୍ରମରେ ପୁରୁଷ ଦଳର ସଦସ୍ୟ ଦ୍ୱୟଙ୍କୁ ୨.୫ କୋଟି ପୁରସ୍କାର ରାଶି ସହିତ ରାଜ୍ୟ ପୋଲୋିସ ବିଭାଗରେ ଡେପୁଟି ସୁପାରିଟେଣ୍ଡେଣ୍ଟ ଭାବରେ ନିଯୁକ୍ତି ଦେଇଛନ୍ତି । ଏହା ସହିତ ମହିଳା ଦଳର ସଦସ୍ୟ ଦୁହିଙ୍କୁ ୫୦ ଲକ୍ଷ ଲେଖାଏଁ ପ୍ରଦାନ କରିଥିଲେ । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ଖେଳାଳି ମାନଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ ଏବବଂ ଭବିଶ୍ୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯେଅଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଥିଲେ । ତେବେ ଏହି ସମ୍ବର୍ଦ୍ଧନା ସମୁୟରେ ରାଜ୍ୟର ଯୁବ ହକୀ ଖେଳାଳି ମାନେ ଉପସ୍ଥିତ ଥିଲେ । କ୍ରିଡା ମନ୍ତ୍ରୀ ତୁଷାରକାନ୍ତି ବେହେରା,କ୍ରିଡା ସଚୀବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚୀବ ଭିନିଲ କ୍ରିଷ୍ଣା,ଭାରତୀୟ ଦଳର ପୁର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *