ଲଡର୍ସରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ଟିମ୍‌ରେ ମୋଇନ ଅଲିଙ୍କ ସାମିଲ-

ଲଡର୍ସରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ମ୍ୟାଚ୍ ରେ ଇଂଲଣ୍ଡ ଟିମ୍‌ରେ ମୋଇନ ଅଲିଙ୍କ ସାମିଲ-

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୧୨ ତାରିଖ ଠାରୁ ୨ୟ ଟେଷ୍ଟ ମ୍ୟାଚ ଖେଳାଯିବ । ଲଡର୍ସର ଐତିହାସିକ ପଡ଼ିଆରେ ଏହି ମୁକାବିଲା ହେବ । ନଟିଂହାମ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ହୋଇଛି । ୫ ମ୍ୟାଚ୍‌ର ଟେଷ୍ଟ ଏବେ ୦-୦ସ୍ଥିତିରେ ରହିଛି । ଭାରତ ଲଡର୍ସରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ମ୍ୟାଚ୍ ଜତି ଶୃଙ୍ଖଳାକୁ ୧-୦ରେ କରିବାକୁ ଚାହିଁବ । 

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତ ପାଇଁ ସତର୍କ ଘଣ୍ଟି ବାଜିଛି । ଇଂଲଣ୍ଡ ନିଜ ଟିମରେ ଅଫ ସ୍ପିନର ମୋଇନ ଅଲୀଙ୍କୁ ସାମିଲ କରିଛି । ମ୍ୟାଚ ପୂର୍ବରୁ ସେ ଟିମ୍‌ରେ ଯୋଡ଼ି ହୋଇଯିବେ । ଟିମ୍ ଇଣ୍ଡିଆର ବଡ଼ ଶତ୍ରୁ ହେଉଛନ୍ତି ମୋଇନ ଅଲି । କାରଣ କ୍ରିକେଟରେ ବିରାଟ କୋହଲିଙ୍କୁ ମୋଇନ ଅଲି ୮ ଥର ଆଉଟ କରିଛନ୍ତି । ଫଳରେ ଏଥର ମଧ୍ୟ ସେ କୋହଲିଙ୍କର ଚିନ୍ତା ବଢ଼ାଇପାରନ୍ତି । 

କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ଆଦିଲ ରସିଦ ୯ଥର, ଗ୍ରୀ ସ୍ୱାନ ଓ ମୋଇନ ଅଲି ୮-୮ ଥର ଆଉଟ କରଛନ୍ତି । ଆଡାମ ଜାମ୍ପା ଓ ନାଥନ ଲିୟୋନ ୭ ଥର ଲେଖାଏଁ ଆଉଟ କରିଛନ୍ତି । 

Leave a Reply

Your email address will not be published. Required fields are marked *