
ଭୁବନେଶ୍ୱର ଡୁମୁଡୁମା ରଘୁନାଥନଗରରେ ଯୁବକଙ୍କୁ ହତ୍ୟା କରାଯାଇଛି । ଯୁବକ ଜଣକ ରବିବାର ରାତିରେ ନିଜ ଘରକୁ ଫେରୁଥିବାବେଳେ ତାକୁ ଛୁରୀ ଭୁସି ହତ୍ୟା କରାଯାଇଛି ।
ସୂଚନା ଅନୁସାରେ, ରାଜଧାନୀ ରବିବାର ସଟଡାଉନ୍ ରହୁଛି । ଦୋକାନ ବଜାର ଓ ଗାଡି ମଟର ଚଳାଚଳ ସେତେଟା କରୁନାହିଁ । ଯୁବକ ଜଣକ ଘରକୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ମୃତ ଯୁବକ ଜଣକ ହେଉଛନ୍ତି ସନା । ସେ ରଘୁନାଥପୁରରେ ଚୋରା ମଦ ବିକ୍ରିକୁ ବିରୋଧ କରୁଥିଲେ । ତେବେ ଏହି କାରଣରୁ ତାଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଏନେଇ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।