
କୋରାପୁଟ ଜିଲ୍ଲା ଜୟପୁର ଉମୁରି ରେଳ ଷ୍ଟେସନ ନିକଟ ରେଳ ଲାଇନରୁ ମୃତଦେହ ଉଦ୍ଧାର ହୋଇଛି ।
ମୃତକ ହେଲେ ଜୟପୁର ବ୍ଲକ ଆନ୍ତା ଗ୍ରାମର ଜଗନ୍ନାଥ ବାଘ । ସେ ଜଣେ ଡ୍ରାଇଭର ଘଟଣାସ୍ଥଳରେ ଜିଆରପି ପହଞ୍ଚି ଖୋଳତାଡ ଆରମ୍ଭ କରିଛି ।
ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି । ଟ୍ରେନ୍ ଲାଇନକୁ ସେ କେମିତି ଆସିଲେ ଓ ତାଙ୍କର କେମିତି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି ।