କଟା ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

କଟା ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି

ଗତ କିଛି ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ କଟା ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଗତକାଲି ସେ ଗଣମାଧ୍ୟମକୁ କହିଥିଲେ ଯେ ନିରଞ୍ଜନ ହେଉଛନ୍ତି ମୋ ବଡ ଭାଇ,ମୁଁ ତାଙ୍କ ସାନ ଭାଇ,ଯାହା କହିଥିଲି ରାଗରେ କେହିଥିଲି । ତେବେ ପୁର୍ବରୁ ରାଜ୍ୟରେ କଂଗ୍ରେସର ର୍ଦୁଦ୍ଧଶା ପାଇଁ ନିରଞ୍ଜନଙ୍କୁ ଦାୟୀ କରିବା ସହିତ ଅଯୋଗ୍ୟ ସଭାପତି ବୋଲି କହିଥିଲେ ।

ରାଜ୍ୟ କଂଗ୍ରେସରେ ଗତ କିଛି ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ରାଜ୍ୟ ମୁଖୀଆ ନିରଞ୍ଜନ ପଟ୍ଟନାୟକ ଏହି ମନ୍ତବ୍ୟ ଦେଇଛନ୍ତି । ରାଜ୍ୟ ମୁଖୀଆ ନିରଞ୍ଜନ ପଟ୍ଟନାୟକ ଏହି ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଦଳରେ ଥିବା ସମସ୍ତ ବିବାଦ ସମାଧାନ ହୋଇଛି ଏବଂ ଆଜି ସମସ୍ତ ଜିଲ୍ଲାର ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହିତ ବେଠକ ଚାଲିଛି । 

ତେବେ ଆଜି ଲକ୍ଷ୍ମିପୁର ପୂର୍ବତନ ବିଧାୟକ କୈଳାଶ କୁଲେସିକା ଚାଲିଥିବା କଂଗ୍ରେସ ବିବାଦରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ଯଦି ଦଳରେ ଏହିପରି ଭୁଲ କରି କ୍ଷମା ମିଳିଯାଉଛି ସେ ମଧ୍ୟ ଭୁଲ କରି କ୍ଷମା ମାଗିନେବେ । ତେବେ ରାଜ୍ୟ କଂର୍ଗ୍ରେସରେ ଯେ ସବୁକିଛି ଠିକ୍ ଚାଲି ନାହିିଁ ନେତା ମାନଙ୍କ ଏହିଭଳି ମନ୍ତବ୍ୟରୁ ବାରି ହୋଇ ପଡୁଛି । ଗତକାଲି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଭୁବନେଶ୍ୱରରେ ପହଂଞ୍ଚିବା ପରେ କହିଥିଲେ ଯେ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନେ ପଳାନ୍ତୁ କିଛି ଚିନ୍ତା ନାହିଁ ବୋଲି କଡା ମନ୍ତବ୍ୟ ଦେଇଥିଲେ । ଏହା ପରେ ତାରା ନରମ ପଡି ଯାଇଥିଲେ ।

Leave a Reply

Your email address will not be published. Required fields are marked *