
ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢୁଥିବା ବେଳେ ଦିନ ଦି’ ପହରରେ ମଧ୍ୟ ଲୁଟ୍ କରୁଛନ୍ତି ଲୁଟେରା । ଯାହାକୁ ଧରିବା ପୋଲିସ୍ ପକ୍ଷରେ ଚାଲେଞ୍ଜ ହୋଇପଡ଼ିଛି । ସୁଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ଟା ବେଳେ ଶିକ୍ଷକଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ।
ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଧିନ କାଠ ଖୁଣ୍ଟିଆ ଗ୍ରାମର ଜଣେ ଶିକ୍ଷକ କୈଳାସ ମାଣ୍ଡୋଇଙ୍କ ଘରେ । ଘରର ଗେଟ୍ ତାଲା ଭାଙ୍ଗି ଘରେ ପଶି ଲୁଟ୍ କରିଛନ୍ତି ଦୁର୍ବୁତ୍ତ।
ଯାହାଫଳରେ ଲୁଟେରା ତାଙ୍କ ଘରୁ ଦେଢ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଚୋରି କରିନେଇଛନ୍ତି । ଶିକ୍ଷକଙ୍କ ପତ୍ନୀ ଏବଂ ପୁଅ ଲୁଟ୍ ସମୟରେ ଉଠିପଡିବାରୁ ତାଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି ଲୁଟେରା । ତେବେ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।