କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ଏଟିଏମ୍ ସ୍ମାର୍ଟ ଲୁଟେରା ଗ୍ୟାଙ୍ଗ

କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ଏଟିଏମ୍ ସ୍ମାର୍ଟ ଲୁଟେରା ଗ୍ୟାଙ୍ଗ

ସ୍ମାର୍ଟ ଡିଭାଇସ୍ ଲଗାଇ ଏଟିଏମ୍ ରୁ କୋଟି କୋଟି ଟଙ୍କା ଲୁଟ୍ ହେବା ପରେ ବର୍ତ୍ତମାନ କମିଶନରେଟ୍ ପୋଲିସ୍ ହାତରେ ଧରା ପଡିଛନ୍ତି ଏହି ସ୍ମାର୍ଟ ଲୁଟେରା ଗ୍ୟାଙ୍ଗ । ପୋଲିସ୍ କୁ ଚକମା ଦେବାକୁ ଚେଷ୍ଟା କରୁଥିବା ୩ ଲୁଟେରାଙ୍କୁ ପୋଲିସ୍ ଗିରଫ କରିବା ପରେ ଏବେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଛି ।

ଗତ କିଛି ଦିନ ହେବ ଭୁବନେଶ୍ୱର, ପୁରୀ ଓ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏଟିଏମ୍ ଲୁଟ୍ । ଲୁଟେରା ଏଟିଏମ୍ ରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ମାତ୍ର ବ୍ୟାଙ୍କ କର୍ତ୍ତୁପକ୍ଷ କି ପୋଲିସ୍ ଏମାନଙ୍କ ଟେର ପାଉନଥିଲେ ।

ସୂଚନା ଅନୂସାରେ ଏହି ଲୁଟେରା ମାନେ ବିଭିନ୍ନ ଏଟିଏମ୍ ଗୁଡିକରେ ଏକ ସ୍ମାର୍ଟ ଡିଭାଇସ୍ ଲଗାଉଥିଲେ । ଏହାପରେ ଯଦି କେହି ଏହି ଏଟିଏମ୍ କୁ ଟଙ୍କା ଉଠାଇବା ପାଇଁ ଆସୁଥିଲେ ସେମାନଙ୍କ ଟଙ୍କା ଉଠିବା ପରେ କ୍ୟାସ୍ ଏଟିଏମ୍ ବାହାରକୁ ଆସୁନଥିଲା ।

ଏହାପରେ ସେମାନେ ଟ୍ରାନ୍ସାକସନ୍ କ୍ୟାନ୍ସଲ କରି ଏଟିଏମ୍ ଛାଡି ଚାଲିଯାଉଥିଲେ । ଏହାପରେ ଲୁଟେରା ମାନେ ନିଜ ଡିଭାଇସ୍ କାଢି ଟଙ୍କା ଲୁଟି ନେଉଥିଲେ । ଏହି ଉପାୟରେ ମାତ୍ର ୬ ମାସ ମଧ୍ୟରେ କଟକ, ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ଏଟିଏମ୍ ରୁ ଏମାନେ ପ୍ରାୟ ୮ କୋଟି ଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିଥିଲେ ।

ଆଜି ପୁରା ଲୁଟ୍ ର ଡେମୋ ଦେଖାଇଛନ୍ତି ଅଭିଯୁକ୍ତଧ୍ମାତ୍ର ୨-୩ ମିନିଟ୍ ମଧ୍ୟରେ ଏହି ଡିଭାଇସ୍ ଲଗାଇ ଟଙ୍କା ଲୁଟୁଥିଲେ ଅଭିଯୁକ୍ତ ମାନେ । ଗତ ଅଗଷ୍ଟ ୨୫ ତାରିଖରେ ଏହି ଲୁଟେରା ଗ୍ୟାଙ୍ଗ ଲିଙ୍ଗରାଜ ଥାନା ନିକଟବର୍ତ୍ତୀ ବଢେଇବାଙ୍କ ଛକ ଏଟିଏମ୍ ରୁ ଲୁଟ୍ କଳାବେଳେ କିଛି ଲୋକଙ୍କ ହାବୁଡରେ ପଡିଯାଇଥିଲେ ଏହାପରେ ଲୋକମାନେ ଲୁଟେରା ଜଣଙ୍କୁ କାବୁ କରି ପୋଲିସ୍ ରେ ଦେବା ପରେ ପୁରା ଘଟଣା ଉପରୁ ପରଦା ହଟିଛି ।

Leave a Reply

Your email address will not be published. Required fields are marked *