
ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୟୁନିଟ୍-୧ ହାଟରେ ଲାଗିଛି ନିଆଁ । ଗୋଟିଏ ମୋବାଇଲ୍ ମରାମତି ଦୋକାନରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା ହେଲେ ନିଆଁର ପରିମାଣ ଏତେ ଅଧିକ ଥିଲା ତାହା ଖୁବ୍ କମ୍ ସମୟରେ ଚାରିଆଡ଼େ ବ୍ୟାପିଯାଇ ଅନ୍ୟ ଦୋକାନରେ ଲାଗିଯାଇଥିଲା ।
ଯାହାଫଳରେ ଏଥିରେ ୩ଟି ଦୋକାନ ଘର ସମ୍ପୂର୍ଣ୍ଣ ଛାରଖାର ହୋଇଛି ଆଉ ୬ଟି ଦୋକାନ ଆଂଶିକ ପ୍ରଭାବିତ ହୋଇଛି ଏବଂ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀର ୩ଟି ଟିମ୍ ଘଟଣIସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ I