ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ

ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ

ଲାଞ୍ଚ ନେବା ଅଭିଯୋଗରେ ନିଲମ୍ବିତ ହେଲେ ରାୟଗଡ଼ାର ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୋଟିସରେ ଉଲ୍ଲେଖ ରହିଛି। 

ଗତ ୧୫ ଦିନ ସୋଶାଲ ମିଡିଆରେ ଘୂରି ବୁଲିଥିଲା ଏକ ମଦ ଦୋକାନ କର୍ମଚାରୀଙ୍କଠାରୁ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ ଲାଞ୍ଚ ନେଉଥିବାର ଭିଡିଓ । ଯେଉଁଥିରେ ଅବକାରୀ ଅଧୀକ୍ଷକ ତାଙ୍କ ବିଭାଗର କନଷ୍ଟେବଲଙ୍କ ଜରିଆରେ ଅର୍ଥ କାରବାର କଥା କହୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଶୁଣା ଯାଉଥିଲା।

 ତେବେ ଏହି ଘଟଣାର ତଦନ୍ତ ପରେ ପୂର୍ବରୁ ଜଣେ ଅବକାରୀ କନଷ୍ଟେବଲ ନିଲମ୍ବିତ ହୋଇଥିବା ବେଳେ ଏବେ ଅବକାରୀ ଅଧୀକ୍ଷକ ପ୍ରସନ୍ନ ନାୟକ ନିଲମ୍ବିତ ହୋଇଛନ୍ତି । ସେ ପ୍ରତିଥର ନିଜକୁ ନିର୍ଦ୍ଦୋଷ ବୋଲି କହୁଥିଲେ ମଧ୍ୟ ମିଛ ସବୁଦିନ ପାଇଁ ଲୁଚି ରହିଲା ନାହିଁ । ଶେଷରେ ଅବକାରୀ ଅଧୀକ୍ଷକ ନିଲମ୍ବିତ ହେଲେ ।

Leave a Reply

Your email address will not be published. Required fields are marked *