କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ

କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ

କରୋନା କଟକଣା ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ୍ ଡିଜି ଅଭୟ ବିଧାନସଭା ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । 

ଏଥର ସୁରକ୍ଷା ଦାୟିତ୍ୱରେ ୩୫ ପ୍ଲାଟୁନ ପୁଲିସ ମୁତୟନ ରହିବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ କୁଇକ୍ ଆକ୍ସନ୍ ଟିମ୍ ଓ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ରହିବେ । ଅତିରିକ୍ତ ଡିସିପି, ଏସିପି, ଆଇଆଇସି ଓ ଏସ୍ଆଇଙ୍କ ସମେତ ବଛା ବଛା ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । 

ଧାରଣାସ୍ଥଳରେ ଯେପରି ଅପ୍ରୀତିକର ପରିସ୍ଥିତି ନଘଟେ, ତା ଉପରେ ଗୁରତ୍ୱ ଦିଆଯିବ । ଏହି ଅଧିବେଶନ ବେଶ ସରଗରମ ରହିବ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ। ମରୁଡ଼ି, ସାର ଅଭାବ, ଜଳସେଚନ ଅଭାବ, ଆଇନ ଶୃଙ୍ଖଳା ପରିସ୍ଥିତି , ମାନବବାଦ ସଙ୍ଗଠନର ଅତ୍ୟାଚାର, ମହାଙ୍ଗା ଡବଲ ମର୍ଡର ଭଳି ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଛି ବିଜେପି।

Leave a Reply

Your email address will not be published. Required fields are marked *