ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର-

ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର-

ଭୁବନେଶ୍ୱରରେ ପୁଣି ଚାଞ୍ଚଲ୍ୟ । ନୟାପଲ୍ଲୀ ସ୍ଥିତ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହକୁ ଉଦ୍ଧାର କରାଯାଇଛି । ଗୁରୁବାର ସକାଳୁ ସକାଳୁ ବିଜୁ ପଟ୍ଟନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ମୃତଦେହକୁ ପୋଲିସ ଉଦ୍ଧାର କରିଛି । 

ଉକ୍ତ ଭଙ୍ଗା ଘରେ ମୃତକ ଜଣକ ହାତକୁ ଟେକି ପଡିଥିବାର ଲୋକେ ଦେଖିବାକୁ ପାଇଥିଲେ । ଲୋକେ ଏହାକୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ମୃତକ ଜଣକ ହେଉଛନ୍ତି ଶାନ୍ତନୁ ପରିଡା । ମୃତକଙ୍କ ପାଖରୁ ଗୋଟିଏ ହୋଣ୍ଡା ଆକ୍ଟିଭା ଜବତ ହୋଇଛି । 

ସୂଚନା ଅନୁସାରେ ଶାନ୍ତନୁ ଗତକାଲି ରାତିରେ କାହାକୁ ଟଙ୍କା ଦେବାକୁ ଘରୁ ବାହାରକୁ ଆସିଥିଲେ । ମାତ୍ର ଆଉ ଘରକୁ ଫେରିନଥିଲେ । ତାଙ୍କ ସ୍ତ୍ରୀ ସକାଳୁ ଫୋନ କରିଥିଲେ । ହେଲେ ଶାନ୍ତନୁ ଫୋନ ଉଠାଇନଥିଲେ । ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ତ୍ରୀ ଜାଣିବାକୁ ପାଇଥିଲେ । 

Leave a Reply

Your email address will not be published. Required fields are marked *