
ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଗୃହରେ ହୋହାଲ୍ଲା କାରଣରୁ ୪Uû ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବି ଘୋଷଣା କରିଛନ୍ତି । ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି । ବିରୋଧୀ ବିଜେପି ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି ।
ମନ୍ତ୍ରୀ ଇସ୍ତଫା ଦେବା ଦରକାର ବୋଲି ଦଳ ଦାବି କରିଛି । ସେପଟେ ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ଦାବି କରିଛି । ସେହିପରି ଓଡିଶା କର୍ମଚାରୀ ଚୟନ ଆୟୋଗ କାର୍ଯ୍ୟଳୟରେ ନିଯୁକ୍ତି ସମ୍ପର୍କତି ଅନିୟମିତତା ଉପରେ ଆଲୋଚନା କରିବା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ପ୍ରଦାନ କରିବା ପାଇଁ ବିଜେପି ପକ୍ଷରୁ ଦାବି କରିଥିଲା । ଏହା ସହିତ କଂଗ୍ରେସ ପକ୍ଷରୁ ମଧ୍ୟ ମରୁଡି ପ୍ରସଂଙ୍ଗକୁ ନେଇ ଗୃହ ମଝିର ପ୍ରତିବାଦ କରାଯାଇଥିଲା ।
ଏହିପରି ଭାବରେ ବିଜେପି ଏବଂ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଯବାବ ମାଗିଥିବା ବେଳେ ଗୃହକୁ ୪Uû ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚଷ୍ପତି ସୂର୍ଯ୍ୟନାରାୟଣ ପାତ୍ର