ମହଙ୍ଗା ପଡିଲା ବିଜେଡି ବିଧାୟକ ପଶାନ୍ତ ଜଗଦେବଙ୍କୁ , ମାଡ ମାରି ବିଜେପି ନେତା ନିରଞନ ସେଠୀଙ୍କୁ ଦଳରୁ ନିଳମ୍ବିତ ହେଲେ

ମହଙ୍ଗା ପଡିଲା ବିଜେଡି ବିଧାୟକ ପଶାନ୍ତ ଜଗଦେବଙ୍କୁ , ମାଡ ମାରି ବିଜେପି ନେତା ନିରଞନ ସେଠୀଙ୍କୁ ଦଳରୁ ନିଳମ୍ବିତ ହେଲେ

ବାଲୁଗାଁ ନଗର ମଣ୍ଡଳ ଭାଜପା ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଓ ଜଣେ ଖବରଦାତାଙ୍କୁ ରାସ୍ତା ମଝିରେ ଧମକ ନେଇ ମଧାହ୍ନରେ ଥାନାରେ ଅଭିଯୋଗ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବୁଧବାର ବିଜେଡିରୁ ନିଲମ୍ବିତ କରାଯାଇଛି । ଏନେଇ ପାର୍ଟି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଲମ୍ବିତ କରିଥିବା ନେଇ ଦଳ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ସୂଚନା ଦିଆଯାଇଛି। ଏଥିସହ ଖୋର୍ଦ୍ଧା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ପ୍ରଶାନ୍ତଙ୍କୁ ବିଦା କରାଯାଇଛି । 

ବିଜେପି ନେତା ଏବଂ ଖବରଦାତାଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଥିବାବେଳେ ସନ୍ଧ୍ୟାରେ ତାଙ୍କ ଉପରେ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଆକ୍ରମଣ ଓ ଗାଳିଗୁଲଜ ନେଇ ଅଭିଯୋଗ ରହିଥିବାବେଳେ ଶେଷରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଖବର ମୁତାବକ ଆବାସ ଯୋଜନାରେ ଗୃହ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଏହାକୁ ଭାଜାପ ବିରୋଧ କରିଥିଲେ । ଏଥିରେ ଏତକ୍ଷପତ ହୋଇ ବିଧାୟକ ଓ ତାଙ୍କ ସମର୍ଥକ ମାନେ ମଣ୍ଡଳ ସଭାପତି ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ ।

Leave a Reply

Your email address will not be published. Required fields are marked *