
ଆଜି ଭଣ୍ଡ ବାବା ତଥା ମାନବବାଦ୍ ସଂଗଠନର ମୁଖ୍ୟ ମାନସ ଦାସଙ୍କୁ ଆଜି ପୋଲିସ୍ ଗିରଫ କରିବା ପରେ । ବର୍ତ୍ତମାନ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ ।
କିଛି ସମୟ ତଳେ ମାନସ ଦାସଙ୍କୁ ନିଜ ସହିଦ ନଗର ସ୍ଥିତ ବାସଭବନରୁ ପୋଲିସ୍ ଗିରଫ କରିଥିବା ବେଳେ ଏବେ ତାଙ୍କ ପୁଅ ତଥା ମନୋରଞ୍ଜନ ଦାସଙ୍କୁ ଗିରଫ କରାଯାଇଥିବା ଖୋର୍ଦ୍ଧା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ସହିତ ଅପହରଣ, ଅପରାଧିକ ଷଡଯନ୍ତ୍ର, ହତ୍ୟା ଓ ହତ୍ୟା ଧମକ୍ ଦେଉଥିବା ଅଭିଯୋଗରେ ସଙ୍ଗୀନ ଦଫା ଲଗାଇଛି ଖୋର୍ଦ୍ଧା ପୋଲିସ୍ । ମାନସ ଦାସଙ୍କ ନାମରେ ୩୦୨, ୩୬୩, ୩୬୪, ୨୦୧, ୨୨୦ ବି ଭଳି ସଙ୍ଗୀନ ଦଫା ଲାଗାଯାଇଛି ।
ଏହାପରେ ଉଭୟ ବାପ ଓ ପୁଅଙ୍କୁ ଖୁବ୍ ଶୀଘ୍ର କୋର୍ଟ ଫରୱାର୍ଡ କରାଯିବ ବୋଲି ଆଜି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।