
ରାଧେର ସ୍ତ୍ରୀ ଆଶା ଚଣ୍ଡୀ ଠାରୁ ପୋଲିସ୍ କୁ କିଛି ତଥ୍ୟ ମିଳିଛି। ରାଧେ ର ସ୍ତ୍ରୀ , ରାଧେର ଘର ଖଟ ତଳେ ଥିବା ବ୍ୟାଗ୍କୁ ଦେଇଛନ୍ତି । ଯାହା ସୁଚନା ମିଳିଛି ବ୍ୟାଗ୍ ରୁ ତିନି ହଳ ମହିଳା ଡ଼୍ରେସ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ ହୋଇଛି ।
ଏହା ସହିତ କିଛି ଔଷଧ ଏବଂ ଫୋନ୍ ଚାର୍ଜର ମଧ୍ୟ ଜବତ ହୋଇଛି । ସେହି ମୋବାଇଲ୍ ଟି ମମିତାଙ୍କ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ସେପଟେ ରାଧେ ଙ୍କ ସ୍ତ୍ରୀ କହିଛନ୍ତି ମୋ ସ୍ୱାମୀ ନିର୍ଦ୍ଦୋଷ, ଆମ ଘରେ ଯାହା ସୁରାଗ ଥିଲା ଦେଇଦେଲି ।
ମୋ ସ୍ୱାମୀକୁ ଦୟାକରି ଛାଡ଼ି ଦିଅନ୍ତୁ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଘନ ଘନ ଜେରା କରୁଛି ପୋଲିସ । ଘଟଣାରେ ଆଉ କାହାର ରହିଛି କି ସଂପୃକ୍ତି ? ହତ୍ୟାକାଣ୍ଡ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ? ସେନେଇ ମାରାଥନ ଜେରା କରୁଛି ପୋଲିସ ।