ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୨ ଜଣ ଗିରଫ-

ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୨ ଜଣ ଗିରଫ-

ଗଞ୍ଜେଇ ମାଫିଆମାନେ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଥିବା ବେଳେ ବର୍ତ୍ତମାନ ତେଲ ଟ୍ୟାଙ୍କରରେ ନେଉଥିଲେ ଗଞ୍ଜେଇ । ଯାହାର ପର୍ଦ୍ଦାଫାଶ କରିଛି ପୋଲିସ୍ । ଏପରି ଘଟଣା ଘଟିଛି ଖୋଦ୍ ରାଜଧାନୀ ଉପକଣ୍ଠ ରସୁଲଗଡ ନିକଟରୁ ।

ଫଳରେ ଏନସିବି ଅଚାନକ ଚଢାଉ କରି ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି । ତେବେ ଏହି ଗଞ୍ଜେଇ କୋରାପୁଟରୁ ବିହାରକୁ ଚାଲାଣ ହେଉଥିବା ଏନସିବି ଆଗରୁ ଖବର ପାଇଥିଲା । ଫଳରେ ପୁର୍ବ ପ୍ରସ୍ତୁତ ଅନୁସାରେ ଅଚାନକ ଏକ ତେଲ ଟ୍ୟାଙ୍କରକୁ ଜବତ କରିବା ସବ ସେଥିରୁ ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲା ।

ଏହି ଘଟଣାରେ ତେଲ ଟ୍ୟାଙ୍କରର ଡ୍ରାଇଭର ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ତେଲ ଟ୍ୟାଙ୍କର ପଛ ପଟେ ପଶ୍ଚିମବଙ୍ଗ ନମ୍ବରର ଥିବା ଜଣାପଡିଛି । ତେଣୁ ଏନେଇ ଅଧିକ ତଦନ୍ତ ଜାରୀ ରଖିଛି ଏନସିବି ।

Leave a Reply

Your email address will not be published. Required fields are marked *