ଭାରତ ବିଶ୍ବକପରେ ପାକିସ୍ତାନ ଠାରୁ  ୧୦ ୱିକେଟରେ ପରାସ୍ତ –

ଭାରତ ବିଶ୍ବକପରେ ପାକିସ୍ତାନ ଠାରୁ ୧୦ ୱିକେଟରେ ପରାସ୍ତ –

ଭାରତକୁ ପ୍ରଥମ ଥର ପାଇଁ ବିଶ୍ବକପରେ ପାକିସ୍ତାନ ଠାରୁ ହାରିବାକୁ ପଡ଼ିଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ପାକିସ୍ତାନ ଠାରୁ ଭାରତ ୧୦ ୱିକେଟରେ ପରାସ୍ତ ହୋଇଛି। ମ୍ୟାଚ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ବୀକାର କରିଛନ୍ତି ଯେ, ପାକିସ୍ତାନ ଭଲ ପ୍ରଦର୍ଶନ କରିଥିଲା। 

ବିରାଟ ମ୍ୟାଚ ପ୍ରଦର୍ଶନ ସମୟରେ କହିଛନ୍ତି, ଆମେ ଆମର ଯୋଜନାକୁ ସଫଳତାର ରୂପ ଦେଇ ପାରି ନଥିଲୁ। ପାକିସ୍ତାନ ଭଲ ଖେଳିଥିଲା। ପାକିସ୍ତାନର ଖେଳାଳି ଆମକୁ ସବୁ କ୍ଷେତ୍ରରେ ବିଫଳ କରିଥିଲେ। ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶାହୀନ ଆଫ୍ରୀଦୀ ନିଜର ପ୍ରାରମ୍ଭିକ ଓଭରରେ ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଆଉଟ କରିଥିଲେ। ଟିମ ୩୧ ରନ୍‌ରେ ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇଥିଲା। ବିରାଟ କହିଛନ୍ତି ଯେ, ପାକିସ୍ତାନ ବୋଲିଂ ମାଧ୍ୟମରେ ଦମଦାର ଆରମ୍ଭ କରିଥିଲା। 

ଅପରପକ୍ଷେ ଭାରତୀୟ ବୋଲର ଆରମ୍ଭରୁ ୱିକେଟ ନେଇପାରି ନଥିଲେ। ଆମକୁ ଆରମ୍ଭରୁ ୱିକେଟ ଦରକାର ଥିଲା। କିନ୍ତୁ ବ୍ୟାଟ୍ସମ୍ୟାନ ଯେଭଳି ଭାବରେ ବ୍ୟାଟିଂ କଲେ, ଆମକୁ ସୁଯୋଗ ହିଁ ମିଳି ନଥିଲା। ପିଚ ସଂପର୍କରେ କୋହଲି କହିଛନ୍ତି ଯେ, ଆରମ୍ଭରୁ ଏହା ଧୀମା ଥିଲା ଓ ବଲ ୱିଦ ଦ ଲାଇନ ହିଟ କରିବା ସହଜ ନଥିଲା। କିନ୍ତୁ ୧୦ ଓଭର ପରେ ବଦଳିଯାଇଥିଲା। 

ଭାରତ ୭ୱିକେଟ ହରାଇ ୧୫୧ ରନ କରିଥିଲା। କିନ୍ତୁ ପାକିସ୍ତାନ କୌଣସି ୱିକେଟ ନ ହରାଇ ବିଜୟ ଲକ୍ଷ୍ୟ ୧୫୨ ରନ ହାସଲ କରିଥିଲା। କୋହଲି କହିଛନ୍ତି ଯେ, ସ୍କୋର ସେତେ ଭଲ ନଥିଲା। ଆମକୁ ଆହୁରି ୧୫ରୁ ୨୦ ରନ୍‌ର ଆବଶ୍ୟକ ଥିଲା। ଏଥି ପାଇଁ ଆମକୁ ଆରମ୍ଭରୁ ସତର୍କତାର ସହିତ ଖେଳିବାର ଥିଲା। କିନ୍ତୁ ପାକିସ୍ତାନର ବୋଲିଂ ଆମକୁ ଅନୁମତି ଦେଇ ନଥିଲା। ସେମାନେ ଆମକୁ ଅତିରିକ୍ତ ରନ କରିବାକୁ ସୁଯୋଗ ଦେଇ ନଥିଲେ। 

Leave a Reply

Your email address will not be published. Required fields are marked *