
ରାଜ୍ୟରେ ବଢିଚାଲିଛି ପିସି କାରବାର, ବିନା ପିସିରେ ଏଠି ସରକାରୀ କର୍ମଚାରୀଙ୍କ ପେନ୍ ଚାଲୁନି । ସମାନ ଭାବରେ ଏମାନଙ୍କୁ ଧରିବା ପାଇଁ ରାଜ୍ୟ ଭିଜିଲାନ୍ସ ମଧ୍ୟ ଗତ କିଛି ଦିନ ଧରି ଆକ୍ଟିଭ୍ ମୋଡରେ ରହିଛି ।
ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ସମନିତ୍ୱ ଶିଶୁ ବିକାଶ ସେବା ଅଧିକାରୀ । ସୂଚନା ଅନୂସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅନ୍ତର୍ଗତ ଥୁଆମୁଳ ରାମପୁର ବ୍ଲକ୍ ର ସିଡିପିଓ ପୁଷ୍ପାଞ୍ଜଳୀ ରଥ ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଦୀର୍ଘ ଦିନରୁ ସିଡିପିଓ ମାଡାମ୍ଙ୍କ ନାମରେ ଲାଞ୍ଚ ନେବା ଓ ସରକାରୀ ଅର୍ଥ ହେରଫେର କରିବା ଅଭିଯୋଗ ରହିଥିବା ବେଳେ ଆଜି ଭିଜିଲାନ୍ସ ଚଢାଉ ସମୟରେ ଧରା ପଡିଛନ୍ତି ସିଡିପିଓ ପୁଷ୍ପାଞ୍ଜଳୀ ରଥ ।
ବ୍ଲକ୍ ର ଗୋଟିଏ ଗ୍ରାମ ପାଇଁ ଅଙ୍ଗନୱାଡି କର୍ମୀ ଚୟନ ପାଇଁ ସିଡିପିଓ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି ।
ଏହାପରେ ପ୍ରାୟ ସମୟରେ ସିଡିପିଓ ଏହି ଭଳି ଟଙ୍କା ନେଉଥିବା ଅଭିଯୋଗ ହେବାରୁ ତାଙ୍କ ଭବାନୀପାଟଣା ବଡ଼ପଡା ସ୍ଥିତ ବାସଭବନ ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଛି ।