
ରାଜଧାନୀରେ ଖୁଲମଖୁଲା ଚାଲିଛି ଦେହ ବ୍ୟବସାୟ । ରାଜଧାନୀର ଗଳି କନ୍ଦିରେ ଏବେ ଦେହ ବ୍ୟବସାୟୀ ନିଜ ଆଡ୍ଡା ଆରମ୍ଭ କରିଥିବା ଆଜି ସେଭଳି ଏକ ର୍ୟାକେଟ୍ ର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ୍ ।
ସୂଚନା ଅନୂସାରେ ମଞ୍ଚେଶ୍ୱର ଥାନା ସତ୍ୟ ବିହାର ଅଞ୍ଚଳରେ ଏକ କନ୍ସଲଟାନ୍ସି ନାମରେ ଚାଲିଥିଲା ଦେହ ବ୍ୟବସାୟ । ଦୀର୍ଘ ଦିନରୁ ଅଭିଯୋଗ ପରେ ଆଜି ମଞ୍ଚେଶ୍ୱର ଥାନା ପୋଲିସ୍ ଚଢାଉ କରି ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ କନ୍ସଲଟାନ୍ସି ମାଲିକଙ୍କୁ ଗିରଫ କରିଥିବା ଜଣାପଡିଛି ।
ପୂର୍ବରୁ ଏହି ଭଳି ସେକ୍ସ ର୍ୟାକେଟ୍ ଗୁଡିକ ଲୁଚାଛପାରେ ଚାଲିଥିବା ଏବେ ରାଜଧାନୀର ପ୍ରାୟ ସୁବ ଅଞ୍ଚଳରେ ଏହି ବ୍ୟବସାୟ ଆରମ୍ଭ ହୋଇଛି । ବିଶେଷ ଭାବରେ ଫେଷ୍ଟିଭାଲ ସିଜିନ୍ ରେ ରାଜଧାନୀରେ ବଙ୍ଗୀୟ ଯୁବତୀଙ୍କ ଆଣି ଦେହ ବ୍ୟବସାୟ କରାଯାଉଛି । ଯାହାର ଚେର ପର୍ଯ୍ୟନ୍ତ ପହଞ୍ଚିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।