ରାଜଧାନୀ ଏୟାରଫିଲଡ୍ ଥାନା ଅଞ୍ଚଳରେ ଚଢାଉ କରି ପ୍ରାୟ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ୍ କରିଛି ପୋଲିସ୍

ରାଜଧାନୀ ଏୟାରଫିଲଡ୍ ଥାନା ଅଞ୍ଚଳରେ ଚଢାଉ କରି ପ୍ରାୟ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ୍ କରିଛି ପୋଲିସ୍

ରାଜ୍ୟରେ ଧଳାଜହର କାରବାର ଏବେ ସୀମା ଟପିଲାଣି । ଏପଟେ କମିଶନରେଟ୍ ନିଶା ବେପାରୀଙ୍କୁ ସାବାଡ୍ କରିବା ପାଇଁ ଆରମ୍ଭ କରିଛି ଅପରେସନ୍ ହ୍ୱାଇଟ୍ ସ୍ପାଇଡର ।

ଏହି ଅପରେଶନ୍ ଏବେ ଆକ୍ସନ ମୋଡରେ ରହିଥିବା ବେଳେ ଏବେ ଖୋଜି ଖୋଜି ବ୍ରାଉନସୁଗାର ବେପାରକୁ ପଣ୍ଡ କରୁଛି କମିଶନରେଟ୍ ପୋଲିସ୍ । 

ଆଜି ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ଧଳାଜହର ଜବତ୍ କରିଛି କମିଶନରେଟ୍ ପୋଲିସ୍ । ରାଜଧାନୀ ଉପକଣ୍ଠ ଏୟାରଫିଲଡ୍ ଥାନା ଅଞ୍ଚଳରେ ଧଳାଜହର କାରବାର ଚାଲୁଥିବା ନେଇ କମିଶନରେଟ୍ ପୋଲିସ୍ ବିଶେଷ ସୂତ୍ରରୁ ସୂଚନା ପାଇ ଚଢାଉ କରି ପ୍ରାୟ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ୍ କରିଥିବା ସୂଚନା ମିଳିଛି ।

ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଏହି ମାମଲାରେ ପୋଲିସ୍ ଜଣକୁ ଗିରଫ କରିଛି । ଏହି ନିଶା ବେପାରୀ ଜଣଙ୍କ ଉତ୍ତରପ୍ରଦେଶର ବୋଲି ଜଣାପଡିଛି ।

ଏମାନଙ୍କ ଚେର ରାଜ୍ୟ ଭିତରେ ରହିଥିବା ସନ୍ଦେହ କରି ପୋଲିସ୍ ଏମାନଙ୍କ ମୂଳ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *