ରାଜ୍ୟ ବିଜେପିର ୧୫ ଜଣିଆ ଟିମ୍ ମମିତା ମେହେରଙ୍କ ଘରେ,  ରାଜନୌତିକ ଆକ୍ରୋଶ ତେଜୁଛି-

ରାଜ୍ୟ ବିଜେପିର ୧୫ ଜଣିଆ ଟିମ୍ ମମିତା ମେହେରଙ୍କ ଘରେ, ରାଜନୌତିକ ଆକ୍ରୋଶ ତେଜୁଛି-

ଆଜି ଘରୋଇ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମମିତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି । 

ଭୁବନେଶ୍ୱରରୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍ ବଲାଙ୍ଗିର ଜିଲ୍ଲା ତୁରେକେଲା ଅନ୍ତର୍ଗତ ଝରଣୀ ଗାଁରେ ପହଞ୍ଚିଛି । ପରେ ମହାଲିଙ୍ଗର ହତ୍ୟାକାଣ୍ଡସ୍ଥଳକୁ ଯିବ ବିଜେପି ଟିମ୍ ।

ବିଜେପିର ୧୫ ଜଣିଆ ଟିମରେ ଅଛନ୍ତି ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ. ଭି. ସିଂହଦେଓ, ପୂର୍ବତନ ପୋଲିସ ଡିଜି ତଥା ବରିଷ୍ଠ ନେତା ପ୍ରକାଶ ମିଶ୍ର, ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ।

ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର କହିଛନ୍ତି, ଏହି ଘଟିବା ପଛରେ ଜଣଙ୍କ ହାତ ଅଛି ବୋଲି କହିବା ଠିକ୍ ନୁହେଁ । ଏହା ପଛରେ ଏକାଧିକ ଲୋକଙ୍କ ହାତ ଥିବା ଜଣାପଡ଼ୁଛି । ସିବିଆଇ ତଦନ୍ତ ପାଇଁ ବିଜେପି ତରଫରୁ ଦାବି ମଧ୍ୟ କରାଯାଇଛି । କିନ୍ତୁ କଣ ପାଇଁ ଏହି ତଦନ୍ତରେ ପୋଲିସ୍ ବିଳମ୍ବ କରୁଛି ତାହା ସାଧାରଣରେ ପ୍ରଶ୍ନ ଉଠୁଛି । 

Leave a Reply

Your email address will not be published. Required fields are marked *