
କଟକ ମୁଣ୍ଡଳି ବ୍ରିଜ୍ରୁ ମହାନଦୀକୁ ଡ଼େଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି । ବ୍ରିଜ୍ରେ ସ୍କୁଟି ଓ ମୋବାଇଲ୍ ରଖି ମହାନଦୀକୁ ଡ଼େଇଁ ପଡ଼ିଥିିବା ଜଣାପଡ଼ିଛି । ଯୁବକଙ୍କ ଘର ଭୁବନେଶ୍ୱର ହୋଇଥିବା ସୁଚନା ମିଳିଛି ।
ହେଲେ ସେ କେଉଁ କାରଣ ପାଇଁ ଏପରି ନିଷ୍ପତି ନେଇଛନ୍ତି ସେ ନେଇ କିଛି ସ୍ପଷ୍ଟ ସୁଚନା ମିଳିପାରି ନାହିଁ । ଖବର ଅନୁସାରେ ଆଜି ଦିନ ୨.୩୦ ସମୟରେ ଜଣେ ଯୁବକ ମୁଣ୍ଡଳି ବ୍ରିଜ୍ ଉପରେ ଛିଡ଼ା ହୋଇଥିଲେ ।
ଅନୁମାନ ପୁର୍ବକ ମହାନଦୀକୁ ଡ଼େଇଁ ନଯିବାକୁ ସ୍ଥାନୀୟ ଲୋକମାନେ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ କାହା କଥା କିଛି ନ ଶୁଣି ଯୁବକ ଜଣକ ଗାଡ଼ିକୁ ବ୍ରିଜ୍ ଉପରେ ରଖିବା ସହ ଫୋନ୍ ମଧ୍ୟ ରଖି ମହାନଦୀକୁ ଡ଼େଇଁ ପଡ଼ିଥିଲେ ।
କିଛି ଲୋକଙ୍କ କହିବା ମୁତାବକ ସେହି ଯୁବକ ଜଣକ ଅଧିକ ଚିନ୍ତାରେ ଥିବା ସହ ବିଚଳିତ ମଧ୍ୟ ଥିଲେ । ତେବେ ଯାହା ଅନୁମାନ କରାଯାଉଛି ତାଙ୍କ ଘର ଭୁବନେଶ୍ୱର କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଖବର ହସ୍ତଗତ ହୋଇନାହିଁ ।

