ସାରା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପହିଲି ଶୀତର ମଜା ନେଉଛନ୍ତି ଲୋକେ

ସାରା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପହିଲି ଶୀତର ମଜା ନେଉଛନ୍ତି ଲୋକେ

ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ତାପମାତ୍ରା ବି ହ୍ରାସ ହୋଇଛି । ତାପମାତ୍ରା ହ୍ରାସ ହେବ ।ସହିତ ଶୀତ ବି ଅନୁଭୂତ ହେଲାଣି । ଉପାନ୍ତ ଅଞ୍ଚଳରୁ ଆରମ୍ଭ କରି ଉପକୂଳ ସବୁଠି ଆକାଶ ମେଘୁଆ ରହିବା ସହିତ ଉତ୍ତରା ପବନ ବି ବହୁଛି । ସମୁଦ୍ରରୁ ସ୍ଥଳଭାଗ ଆଡକୁ ପବନ ବହୁିବାରୁ ରାଜ୍ୟରେ ଶୀତ ପଡିବା ଆରମ୍ଭ ହେଲାଣି । ସେହିପରି ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବି ଧିରେ ଧିରେ ହ୍ରାସ ହେଉଛି । 

ସେହିପରି ବିଭିନ୍ନ ଅଞ୍ଚଳରେ ପହିଲି ଶୀତର ମଜା ନେଉଛନ୍ତି ଲୋକେ । ଚା ଦୋକାନରେ ଭିଡ ଜମିବା ସହିତ ପଡିଆରେ ବ୍ୟାୟାମ ପାଇଁ ଗହଳି ଜମୁଛି । ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହିତ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । 

ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମର କେତେକ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ମାଲକାନଗିରି ଓ କୋରାପୁଟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଦୁଇ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

Leave a Reply

Your email address will not be published. Required fields are marked *