କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଣ୍ଟରେ  ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢାଉ-ଜବତ ହେଲା ବାସି ବ୍ରେଡ୍ ଓ ଚିକେନ୍

କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଣ୍ଟରେ ସିଏମସି ସ୍ବାସ୍ଥ୍ୟ ବିଭାଗର ଚଢାଉ-ଜବତ ହେଲା ବାସି ବ୍ରେଡ୍ ଓ ଚିକେନ୍

ଆପଣ ସାଧାରଣତଃ ଶୁଣିଥିବେ କଟକରେ ନକଲି ଘିଅ,ଚା ପତି’,ତେଲ,ସସ୍ ଆଦି ବିଭିନ୍ନ ଜିନିଷ ବିକ୍ରି କରାଯାଇଥାଏ ଏବଂ ଚଢାଉ ପରେ ଅସଲ କଥା ସାମ୍ନାକୁ ଆସିଥାଏ । ତେବେ ବର୍ତ୍ତମାନ ରେଷ୍ଟ୍ରୁରାଣ୍ଟରେ ମଧ୍ୟ ବାସି ଖାଦ୍ୟ ଦେଇ ଲୋକମାନଙ୍କୁ ଠକୁଛନ୍ତି ବଡ଼ ବଡ଼ ହୋଟେଲ ମାଲିକ ।

ସୁଚନା ଅନୁସାରେ ଆଜି କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଣ୍ଟରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ଟିମ୍ । ଯାହାଫଳରେ ବାସି ବ୍ରେଡ ଏବଂ ଚିକେନ ଜବତ କରିବା ସହ ଏହାକୁ ନଷ୍ଟ କରାଯାଇଛି । କେବଳ ଏତିକି ନୁହେଁ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ସହ ଏକ୍ସପାରୀ ଖାଦ୍ୟ ରଖୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।

ତେବେ କୌଣସି ସୁଧାର ନଆସିବା ପରେ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟରେ ଅଭିଯୋଗ ହୋଇଥିଲା । ଯାହା ଆଧାରରେ ରେଡ୍ କରି କେଏଫସିକୁ ନୋଟିସ କରିଛି ସିଏମସି ।  ତେବେ ବର୍ତ୍ତମାନ ଜବତ ଖାଦ୍ୟର ନମୂନା ପରୀକ୍ଷା ପାଇଁ ଲାବ୍ରୋଟୋରୀକୁ ପଠାଯିବ। ସେଠାରୁ ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । 

Leave a Reply

Your email address will not be published. Required fields are marked *