ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଭଉୟ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର-

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ଭଉୟ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର-

ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା । କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ । ଗୋବିନ୍ଦ ସାହୁ ଓ ସହଯୋଗୀ ଭଉୟ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି । ଭିସିରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଛି । 

ସେହିପରି ପୁଣଇ ନଭେମ୍ବର ୧୫ରେ ହାଜର ହେବାକୁ  ମାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଇଛନ୍ତି । ଏବେ କଣ୍ଟାବାଞ୍ଜି ସବ୍ ଜେଲ୍‌ରେ ଅଛନ୍ତି ଗୋବିନ୍ଦ ଓ ସହଯୋଗୀ । ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟବ୍ୟାପୀ ଏବେ କୁହୁଳୁଛି ନିଆଁ । ସବୁଆଡେ ପ୍ରତିବାଦର ସ୍ୱର ଶୁଣିବାକୁ ମିଳିଛି । ସେପଟେ ମମିତାଙ୍କୁ ନ୍ୟାୟ ପାଇଁ ପ୍ରତିଦିନ ବିକ୍ଷୋଭ କରାଯାଉଛି । 

ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ଲିକ୍ ଥିବା ଚର୍ଚ୍ଚା ହେଉଥିବା ବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରଥମଥର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି । ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କାହାଣୀ କହୁଛନ୍ତି ସାଲୁଜା । ମୁଁ ଆଗରୁ ବି କହିଛି, ମମିତା ହତ୍ୟା ମାମଲାରେ ମୁଁ ମର୍ମାହତ । ଯେଉଁଭଳି ଭାବେ ହତ୍ୟା କରାଗଲା, ସେଥିରେ ମୋର କୌଣସି ସମ୍ପୃକ୍ତି ନାହିଁ । ଯିଏ ବି ଦୋଷୀ ସେ କଠୋରରୁ କଠୋର ଦଣ୍ଡ ପାଇବ । 

Leave a Reply

Your email address will not be published. Required fields are marked *