ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କୋଟିପତି ପୋଲିସ ବାବୁ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କୋଟିପତି ପୋଲିସ ବାବୁ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ

ଗିରଫ ହେଲେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଭିଜିଲାନ୍ସ ଚଢାଉ ପରେ ତାଙ୍କର ଅମାପ ସମ୍ପତ୍ତି ରହିଛି । ଯାହାକୁ ଦେଖି ଭିଜିଲାନ୍ସ ଟିମ ଟେରା ହୋଇଯାଇଛି । ଚଢାଉରେ ପ୍ରତାପ ସାମଲଙ୍କ ୨୨ଟି ପ୍ଲଟ ସହ ୫ଟି କୋଠା ଥିବା ଜଣାପଡିଛି । ତେବେ ଭିଜିଲାନ୍ସ ପକ୍ଷରୁ ଆଜି ପ୍ରତାପଙ୍କ ଏକାଦିକ ସ୍ଥାନରେ ଚଢଉ କରାଯାଇଥିଲା । 

ସୂଚନା ଅନୁସାରେ, ଓଡିଶା ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଥିଲା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୧୦ରୁ ଅଧିକ ସ୍ଥାନରେ ଚଢଉ ଜାରି କରିଥିଲା । ଜଣେ ଅତିରିକ୍ତ ଏସପିଙ୍କ ସହ ୫ ଜଣ ଡିଏସପି, ୭ ଜଣ ଆଇଆଇସି ଏହି ରେଡରେ ସାମିଲ ହୋଇଥିଲେ । ତେବେ ଏହି ଚଢାଉରୁ ପ୍ରତାପ ୧୫ କୋଟିରୁ ଅଧିକ ସମ୍ପତ୍ତିର ଅଧିକାରୀ ହୋଇଥିବା ଭିଜିଲାନ୍ସ କହିଛି । 

ଭୁବନେଶ୍ୱର ନୟାପଲିରେ ୩ ମହଲା ଘ୍ର, ଜୟଦେବ ବିହାର ଠକ ନିଟକରେ ୬ ମହଲା ଘର, ଖଣ୍ଡଗିରି ସରକନ୍ତାରେ ଏକ ମହଲା ଘର, ଜୟଦେବ ବିହାର ନରେନ୍ଦ୍ର ଭିଲା ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଭଦ୍ରକ ବାସୁଦେବପୁରରେ ୩ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ, ବାଲେଶ୍ୱର ହରିପୁରର ପୈତୃକ ଘର, ଓଡିଶା ହାଉସିଂ କର୍ପୋରେସନ ଅଫିସ, ଭୁବନେଶ୍ୱର ଗୋଠପାଟଣାରେ ପ୍ରତାପଙ୍କ ସ୍ତ୍ରୀ ନାମରେ ୫ ମହଲାର ଘର ରହିଛି । 

Leave a Reply

Your email address will not be published. Required fields are marked *