ଚାକିରୀ କରାଇଦେବା ନାଁରେ ଠକେଇ, ୩ ଅଭିଯୁକ୍ତ ଗିରଫ

ଚାକିରୀ କରାଇଦେବା ନାଁରେ ଠକେଇ, ୩ ଅଭିଯୁକ୍ତ ଗିରଫ

ରାଜଧାନୀ ଭୁବନେଶ୍ୱରରେ ସରକାରୀ ଚାକିରି କରାଇ ଦେବା ନାଁରେ ୧୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ କମିଶନରେଟ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ମିଶନ ଶକ୍ତି, ରେଲୱେ, ନାଲକୋ ଓ ବ୍ୟାଙ୍କରେ ଚାକିରି ଦେବା ନାଁରେ ୩ ଅଭିଯୁକ୍ତ ଠକୁଥିବାର ଅଭିଯୋଗ ହୋଇଛି । 

ସୂଚନା ଅନୁସାରେ, ଶୁଭମ ସର୍ଭିସ ପ୍ଲେସମେଣ୍ଟ ନାଁରେ ଅଫିସ ଖୋଲି ଲୋକଙ୍କୁ ଠକୁଥିଲା । ମିଶନ ଶକ୍ତିର ନକଲି ରବର ଷ୍ଟାମ୍ପ ସହ ବିଭିନ୍ନ କାଗଜ ପତ୍ର ଜବତ କରିଛି ପୋଲିସ । ସେହିପରି ଗତ ୬ ତାରିଖରେ ଠକାମିର ଶିକାର ହୋଇଥିବା ଜଣେ ଯୁବକ ଥାନାରେ ଅଭିଯୋଗ କରିଥିଲେ । 

ଶୁଭମ ପ୍ଲେସମେଣ୍ଟ ଅଫିସ ନାଁରେ ବାରମ୍ବାର ଅଭିଯୋଗ ହୋଇଥିଲା । ଅଭିଯୋଗ କ୍ରମେ ଶୁଭମ ପ୍ଲେସମେଣ୍ଟ ଅଫିସରେ କମିଶନରେଟ ପୋଲିସ ରେଡ କରିଥିଲା । ଅଭିଯୁକ୍ତମାନେ ଗିରଫ ହେବା ପରେ ଠକାମିର ଶିକାର ହୋଇଥିବା ଲୋକଙ୍କର ଥାନାରେ ଲମ୍ବା ଲାଇନ ଥିବା ଦେଖିବାକୁ ମିଳିଛି । 

Leave a Reply

Your email address will not be published. Required fields are marked *