ନନ୍ଦନକାନନରେ ଆଜିଠୁ ଗଡିବ ଟୟ ଟ୍ରେନ୍‌-

ନନ୍ଦନକାନନରେ ଆଜିଠୁ ଗଡିବ ଟୟ ଟ୍ରେନ୍‌-

ଆଜିଠୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ ଚାଲିବ । ମଙ୍ଗଳବାର ସକାଳେ ରାଇଟସ୍ କମ୍ପାନିଠୁ ଅନୁମତି ମିଳିବା ପରେ ଟ୍ରେନ୍ ଗଡିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବର୍ତ୍ତମାନ ୩ଟି ବଗି ବଦଳରେ ୪ଟି ବଗିରେ ୭୨ ଜଣ ପର୍ଯ୍ୟଟକ ବସି ବୁଲିବେ । 

ସମସ୍ତ ବଗିରେ ଫ୍ୟାନର ବ୍ୟବସ୍ଥା କରାଯାଇଛି । ଚଳାଚଳ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ପ୍ରତି ଅଧଘଣ୍ଟା ବଦଳରେ ଏବେ ଏକ ଘଣ୍ଟା ବ୍ୟବଧାନରେ ଚାଲିବ ଟୟ ଟ୍ରେନ । ଦିନ ମଧ୍ୟରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ୧୩ ରାଉଣ୍ଡ ପରିବର୍ତ୍ତେ ୬ ରାଉଣ୍ଡ ଚାଲିବ । 

ସକାଳ ୧୦ଟା, ୧୧ଟା, ୧୨ଟା ଓ ଅପରାହ୍ନ ୨ଟା, ୩ଟା ଓ ୪ଟାରେ ପର୍ଯ୍ୟଟକମାନେ ଟିକଟ କାଟି ବୁଲିପାରିବେ । ସେହିପରି ବୁଲିବା ସମୟରେ ସମସ୍ତେ କରୋନା କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି । 

Leave a Reply

Your email address will not be published. Required fields are marked *