
ଅନ୍ଲାଇନ୍ ରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ ପ୍ରଥମେ ଢେଙ୍କାନାଳ ଓ ବର୍ତ୍ତମାନ ଭଦ୍ରକ ଏବଂ ଯାଜପୁରରେ ସିବିଆଇ ପକ୍ଷରୁ ରେଡ଼୍ କରାଯାଉଛି । ଯାଜପୁର ମାସୁଦପୁରର ଅନୀଲ ମାଝୀଙ୍କ ଘରେ ସିବିଆଇ ପକ୍ଷରୁ ରେଡ଼୍ କରାଯାଇଛି ।
ସେହିପରି ଭଦ୍ରକ ଆଗରପଡ଼ାର ମନୋରଂଜନ ଦାସ ,ଢେଙ୍କାନାଳ ଜୁବୁଲି ଟାଉନରେ ମଧ୍ୟ ମିଥୁନ ନାୟକ ନାମକ ଜଣେ ଯୁବକଙ୍କ ଘରେ ମଧ୍ୟ ଚଢାଉ କରିଛି ସିବିଆଇ । ଶିଶୁଙ୍କୁ ଯୌନ ଶୋଷଣ ଘଟଣାରେ ସିବିଆଇ ର ୫ ଜଣିଆ ଟିମ୍ ଏହି ଚଢାଉ ଜାରୀ ରଖିଛନ୍ତି ।
ଆଜି ଓଡ଼ିଶାର ତିନୋଟି ସ୍ଥାନରେ ରେଡ଼୍ କରାଯାଇ ଏହି ମାମଲାରେ ଅଧିକ ତଦନ୍ତ ଜାରୀ ରଖାଯାଇଛି । ଚଢାଉ ବେଳେ ବିଭିନ୍ନ ଲାପଟପ୍, ଫୋନ୍ ରେ ଥିବା ଡ଼ାଟାକୁ ମଧ୍ୟ ଯାଞ୍ଚ କରାଯାଉଛି । ସୁଚନା ଅନୁସାରେ ଅନଲାଇନରେ ଶିଶୁଙ୍କ ପ୍ରତି ହୋଇଥିବା ଯୌନ ଶୋଷଣର ଯାଞ୍ଚ କରୁଛି ସିବିଆଇ ।
ଏନେଇ ସିବିଆଇ ପକ୍ଷରୁ ୧୪ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୭୬ ଟି ସ୍ଥାନରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଉଛି । ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ୟୁପି, ପଞ୍ଜାବ, ବିହାର, ଓଡିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ହରିୟାଣା, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ଏହି ସର୍ଚ୍ଚ ଅପରେସନ ଚାଲିଛି ।