ଢେଙ୍କାନାଳରେ ଚାଇଲଡ଼ ପର୍ଣ୍ଣ ସାଇଟ୍ ପାଇଁ ଛାନବିନ୍‌ ଚାଲିଥିଲା ବେଳେ ସିବିଆଇର ୮ ଅଧିକାରୀଙ୍କୁ ମାଡ-

ଢେଙ୍କାନାଳରେ ଚାଇଲଡ଼ ପର୍ଣ୍ଣ ସାଇଟ୍ ପାଇଁ ଛାନବିନ୍‌ ଚାଲିଥିଲା ବେଳେ ସିବିଆଇର ୮ ଅଧିକାରୀଙ୍କୁ ମାଡ-

ଢେଙ୍କାନାଳରେ ସିବିଆଇର ୮ ଅଧିକାରୀଙ୍କୁ ମାଡ ହୋଇଥିବା ଅଭିଯୋଗ ଆସିଛି । ଟାଉନ ଥାନା କଲୋନୀ ସାହିରେ ରେଡ ବେଳେ ମାଡ ହୋଇଛି । ସୁରେନ୍ଦ୍ର ନାୟକ ନାମକ ଅଭିଯୁକ୍ତ ଘରେ ରେଡ ବେଳେ ମାଡ ହୋଇଛି । ସକାଳ ୭ଟାରେ ସୁରେନ୍ଦ୍ର ଘରେ ପହଂଚି ଜେରା କରିଥିଲେ ଅଧିକାରୀ ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରା କରିବାରୁ ଉତ୍ତେଜନା ବଢିଥିଲା । ସାହିର ବହୁ ପୁରୁଷ ଏବଂ ମହିଳା ସିବିଆଇ ଅଧିକାରୀଙ୍କୁ ଘେରିଥିଲେ । ଘରୁ ଘୋଷାଡି ଆଣି ସିବିଆଇ ଅଧିକାରୀଙ୍କୁ ମାରଧର କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଂଚି ଉଦ୍ଧାର କରିଛି ।

ଏବେ ଟାଉନ ଥାନାରେ ଅଛନ୍ତି ସିବିଆଇର ୮ ଅଧିକାରୀ ଓ ଅଭିଯୁକ୍ତ । ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ସିବିଆଇ ରେଡ କରିଥିବା ସୂଚନା ମିଳିଛି । ପୋଲିସକୁ କୌଣସି ପୂର୍ବ ସୂଚନା ନଦେଇ ରେଡ କରିଥିବା ଜଣାପଡିଛି । ଚାଇଲଡ଼ ପର୍ଣ୍ଣ ସାଇଟ୍ କରି ବିପୁଳ ଟଙ୍କାର ବିଦେଶୀ ଅର୍ଥ ଉପାର୍ଜନ କରୁଥିବା ଖବର ଜଣାପଡ଼ିବା ପରେ ଖବର ଛାନବିନ୍ ପାଇଁ ପହଂଚି ଥିଲା ସିବିଆଇ ।

Leave a Reply

Your email address will not be published. Required fields are marked *